IMG 20260517 WA0196

ସାନ୍ତାଳି ଲିପି ଅଲଚିକି ଶିକ୍ଷାକେନ୍ଦ୍ର ପରିଦର୍ଶନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ରାଜ୍ୟ
ବାରିପଦା  :  ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଅଧିନସ୍ଥ ଅଲ୍ ଇତୁନ୍ ଆଶ୍ରା ତରଫରୁ  ମେ୫ ରୁ ଜୁନ ୧୬ ପର୍ଯ୍ୟନ୍ତ ସାନ୍ତାଳି ଲିପି ଶିକ୍ଷା ତାଲିମ ଶିବିର ଟ୍ରଷ୍ଟିର ଅଧ୍ୟକ୍ଷ ଯୁବ ସମାଜସେବୀ ମନୋରଞ୍ଜନ ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଆୟୋଜିତ କରାଯାଇଛି ।
ଏଠାରେ ୬୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଯୁବକ, ବୟସ୍କ, ଅନ୍ୟ ଭାଷାଭାଷୀ ଲୋକମାନେ ଅଲଚିକି ଶିକ୍ଷା ଲାଭ କରୁଛନ୍ତି । ଅଭିଜ୍ଞ ସାନ୍ତାଳି ଶିକ୍ଷକ ବୁଢ଼ାନ ମୁର୍ମୁ, ସାନ୍ତାଳି ଶିକ୍ଷକ ବାଲାଇ ଟୁଡୁ ଏବଂ ସାନ୍ତାଳୀ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା  ମାରାଣ୍ଡୀ ସରଳ ଭାଷାରେ‌  ତାଲିମ ପ୍ରଦାନ କରୁଛନ୍ତି ।ସେହିଭଳି ଏହି ଅନୁଷ୍ଠାନ ଆନୁକୂଲ୍ୟରେ ପାତେପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଗ୍ରୀଷ୍ମକାଳୀନ ଛୁଟିରେ ଶିକ୍ଷାଲାଭ କରୁଛନ୍ତି ।ଆଜି ରାଇରଙ୍ଗପୁର ଗୋଷ୍ଠି ଶିକ୍ଷାଧିକାରୀ   ଘନଶ୍ୟାମ ମୁର୍ମୁ ଏବଂ ସାନ୍ତାଳୀ ଶିକ୍ଷକ ସୁନାରାମ ସୋରେନ ଶିକ୍ଷା କେନ୍ଦ୍ର ପରିଦର୍ଶନରେ ଯାଇ ବିଦ୍ୟାର୍ଥୀ ମାନଙ୍କୁ  ଉଦବୋଧନ ଦେବା ସହ ଉତ୍ସାହିତ କରିଥିଲେ । ଏହି ଅବସରରେ ସେ ମଧ୍ୟ କହିଥିଲେ ଅଲଚିକି ଶିକ୍ଷକ ହୋଇ ଆଜି  ଗୋଷ୍ଠୀ ଶିକ୍ଷାଧିକାରୀ ପଦ ଅଳଙ୍କୃତ କରିଛି ।ଭାଷା ଓ ଲିପି ଗୋଟିଏ ଜାତିର ପରିଚୟ ଏବଂ ସମ୍ପ୍ରଦାୟକୁ ଏକତା ସୂତ୍ରରେ ଯୋଡି ଥାଏ ।ଜ୍ଞାନର ଆହରଣର ଶେଷ ନାହିଁ ।
ଯିଏ ଯେତେଜ୍ଞାନ ଆହରଣ କରିବା ସେ ସେତେ ଜ୍ଞାନୀ ।ଅଲଚିକିରେ ଆଜିକାଲି ୟୁନିଭରସିଟିରେ ପିଜି ଏବଂ ଡକ୍ଟେରେଟ କରିବା ବ୍ୟବସ୍ଥା ହୋଇଛି ।ତେଣୁ ସମସ୍ତେ ଆଗକୁ ବଢ଼ିବାକୁ ଚେଷ୍ଟାକର ।ଏହି କାର୍ଯ୍ୟକ୍ରମ ପରିଚାଳନାରେ,ଵର୍ଷିୟାନ ସମାଜସେବୀ ମୋଚିରାମ ମୁର୍ମୁ, ଅଲ୍ ଇତୁନ୍ ଆଶ୍ରାର ସଭାପତି ରବୀନ୍ଦ୍ର ମୁଖୀ, ଟ୍ରଷ୍ଟି ସଦସ୍ୟ ବିଜୟ ରାମ, ଶିକ୍ଷକ ଗୋପାଳ ଚନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରୁଛନ୍ତି ।ପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ବିଇଓ  ଘନଶ୍ୟାମ ମୁର୍ମୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।