ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ରେ ଦୁଇ ଦିବସୀୟ ୩୯ ତମ ବାହୁଡା଼ ଯାତ୍ରାର ଆଜି ଦିତୀୟ ଦିଵସରେ ହଜାର ହଜାର ଶ୍ରଦ୍ଧାଳୁ ଟାଣିଲେ ରଥ । ଶନିଵାର ଦିନ ବାହୁଡା଼ ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରରେ ଭୋର ୪ ଟାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଯୋଗୀମାନେ ଅପରାହ୍ନରେ ମହାପ୍ରଭୁଙ୍କ ନୀତିକାନ୍ତି ହେବାପରେ ପୌରାଧ୍ଯକ୍ଷ ଅଭିଷେକ ପଟନାୟକ ଛେରା ପହଁରା କରିଥିଲେ ।ପରେ ଡାହୁକ କୃଷ୍ନବିହାରୀ ମହାନ୍ତି ଏବଂ ତାଙ୍କ ସୁପୁତ୍ର ଅଭିଷେକ ମହାନ୍ତିଙ୍କ ନିର୍ଦ୍ଦେଶରେ ରଥ ସୁପରିଚାଳନା ହୋଇଥିଲା ।ଆଜି ଗୁଣ୍ଡିଚା ମନ୍ଦିରରୁ ମହିଳାମାନେ ସାହୁ ଲଜ୍ ସମ୍ମୁଖରୁ ଜଗନ୍ନାଥ ମାର୍କେଟ ବଡ଼ଦାଣ୍ଡ ପର୍ଯ୍ୟନ୍ତ ରଥ ଟାଣିଥିଲେ ।ଅପରାହ୍ନରେ ପାଇଁ ଅନୁକୂଳ ଥିଲା । ଭଲ ପାଗ ଥିବାରୁ ହଜାର ହଜାର ମହିଳା ଶ୍ରଦ୍ଧାଳୁ ରଥ ଟଣାରେ ଅଂଶ ଗ୍ରହଣ କରି ନିଜକୁ ଧନ୍ୟ ମଣିଥିଲେ ।ସମଗ୍ର ଅଞ୍ଚଳ ଜଗନ୍ନାଥ ମୟ ହୋଇ ଉଠିଥିଲା
।ରଥଟଣାରେ ରଥ କମିଟି ଅଧ୍ଯକ୍ଷ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ ନାଏକ ପଶ୍ଚିମବଙ୍ଗ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଆନନ୍ଦ ରାମ, ଓଡ଼ିଶା ରାଜ୍ୟ ବିଜେପି କାର୍ଯକାରିଣୀ ସଦସ୍ୟ ନବିନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ, ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁବ୍ରତ ପାତ୍ର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ଏସଡିପିଓ ବୀରେନ୍ଦ୍ର ସେନାପତି , ରାଇରଙ୍ଗପୁର ଆଇଆଇସି ରଞ୍ଜନ ସେଠୀ ଏବଂ ଅନ୍ୟ ସମସ୍ତ ଥାନାର ଅଧିକାରୀ ଓ ପୋଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ବାହୁଡା଼ ଯାତ୍ରାର ପରିଚାଳନାରେ ସହଯୋଗ କରିଥିଲେ ।
