IMG 20260630 WA0224

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଜ୍ୟ
ବାରିପଦା : ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ମୟୂରଭଞ୍ଜ ପକ୍ଷରୁ ଆଜି ବାରିପଦାସ୍ଥିତ ମିଶନ ଶକ୍ତି ହଲ୍‌ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭାବମେୟ ପରିବେଶରେ ମଧ୍ୟରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମହାନ୍ତିଙ୍କ ଦୀର୍ଘ କର୍ମମୟ ଜୀବନ, ନିଷ୍ଠାପର ସେବାଭାବ ଏବଂ ପ୍ରଶାସନିକ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଶ୍ରୀମତୀ ମହାନ୍ତି ଜଣେ ମିଷ୍ଟଭାଷୀ, ସରଳ ଓ କର୍ତ୍ତବ୍ୟନିଷ୍ଠ ଅଧିକାରିଣୀ ଭାବେ ସହକର୍ମୀ ଓ ସାଧାରଣ ଜନତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଅବସରୋତ୍ତର ଜୀବନ ସୁସ୍ଥ, ସୁଖମୟ ଓ ଶାନ୍ତିମୟ ହେଉ ବୋଲି ସେ କାମନା କରିଥିଲେ ।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତିଙ୍କ ସହ କାର୍ଯ୍ୟାନୁଭୂତି ବାଣ୍ଟିବା ସହ ତାଙ୍କର ସୁସ୍ଥ ଓ ସୁଖୀ ଅବସର ଜୀବନ କାମନା କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତି ସଞ୍ଚାଳନ କରିଥିବାବେଳେ ଶେଷରେ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଶ୍ରୀମତୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।