ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକର ତଳାପାତି ସରକାରୀ ସ୍କୁଲରେ ରୋଷେଇଆ ରବିବାର ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ଟଳି ପଡ଼ିଲେ ।ସୂଚନାଯୋଗ୍ଯ ଜାମଵିଲା ଗ୍ରାମର ହରିହର ନାଏକ(୫୪) ଏବଂ ତାଙ୍କ ପୁଅ ସହ ମିଶି ରଵିବାର ଦିନ ତଳାପାତି ସରକାରୀ ସ୍କୁଲ ହଷ୍ଟେଲରେ ଖରାବେଳେ ରୋଷେଇ ସାରି ପିଲାମାନଙ୍କୁ ପରଷିବା ପରେ ହଠାତ୍ ଦେହହାତ ଥରିଵା ସହ ଝାଳନାଳ ହୋଇ ଗୁରୁତର ଅସୁସ୍ଥତା ଅନୁଭୋଗ କରିଥିଲେ ।
ଛଟପଟ ଅବସ୍ଥାରେ ତୁରନ୍ତ ତାଙ୍କୁ ନିକଟସ୍ଥ ମଣଦା ଗୋଷ୍ଠୀ ସ୍ବାସ୍ଯ୍ଯକେଦ୍ରକୁ ନିଆଯାଇଥିଲା ।ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୦/୨୬ ରୁଜୁ କରିବା ସହ ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।ଆଜି ସୋମବାରଦିନ ପୋଲିସ ମୃତୁ୍କର ଶବ ଵ୍ଯଵଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ହରିହର ମୃତ୍ୟୁରେ ଗାଁରେ ଏବଂ ବିଦ୍ଯାଳୟରେ ଶୋକର ଛାୟା ଖେଳିଯାଇଛି ।
