ବାରିପଦା: ଆଜି ଜାତିର ଜନକ, ଅହିଂସାର କର୍ଣ୍ଣଧାର, ଯୋଗଜନ୍ମା ଭାରତମାତା ର ସୁଯୋଗ୍ୟ ସନ୍ତାନ ଗାନ୍ଧୀଜୀଙ୍କ ୧୭୯ ତମ ଜୟନ୍ତୀ ।ଏହି ଅବସରରେ ସେହି ମହାନ ଦେଶଭକ୍ତ ଗାନ୍ଧୀଜୀଙ୍କୁ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ” ଖଡଖାଇ ସାହିତ୍ୟ ସଂସଦ” ର ପ୍ରତିଷ୍ଠାତା ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ଯୁବ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ବାରିକ,ଦୈନିକ ଆଶାର ସାମ୍ବାଦିକ ମେଘନାଦ ହେମ୍ବ୍ରମ, ଦୈନିକ ଜାଗରଣର ସାମ୍ବାଦିକ ବିକାଶ ଶର୍ମା, ସୋସିଆଲ ମିଡ଼ିଆ ସାମ୍ବାଦିକ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀ, ସ୍ବତନ୍ତ୍ର ବାର୍ତା ସାମ୍ବାଦିକ ଶ୍ଯାମଳେନ୍ଦୁ ପରିଡ଼ା ସମେତ ଅନ୍ୟମାନେ ସାମିଲ ହୋଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସମସ୍ତେ ମହାତ୍ମା ଗାନ୍ଧୀଙ୍କ ସାହାସ,ନମ୍ରତା,ସେବା,କରୁଣା, ଅହିଂସା,ଦର୍ଶନ ,ମାର୍ଗରେ ଅନୁପ୍ରାଣିତ ହେବା ସହ ନିଜ ଜୀବନରେ ତାହାକୁ କାର୍ଯ୍ଯରେ ଲଗାଇଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଖଡଖାଇ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଅକ୍ଷୟ ବିଶ୍ବାଳ କହିଥିଲେ ।
