IMG 20260720 WA0198

ବିଳମ୍ବିତ ରାତିରେ ଟ୍ରାନ୍ସଫର୍ମର ଚୋରି 

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମରେ ବିଳମ୍ବିତ ରାତିରେ  ଗାଁ ମୁଣ୍ଡ ସ୍କୁଲ ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଅସାମାଜିକ ତତ୍ତ୍ୱମାନେ ଚୋରି କରି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରର ବାହାର ଖୋଳପାକୁ ଛାଡ଼ି ଭିତରେ ଥିବା ଦାମୀ କଏଲ୍, ତମ୍ବା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତାଡ଼ି ନେଇ ଚମ୍ପଟ ମାରିଛନ୍ତି। ଏ ସମ୍ପର୍କରେ ଖବର ପାଇ ବିଶୋଇ ଟାଟା ପାୱାର (TPNODL) ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ବିଶୋଇ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ତେବେ ଚୋରମାନଙ୍କର କୌଣସି ସୁରାକ ପୋଲିସ ହାତରେ ଲାଗିନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ ବିଶୋଇ ଥାନା ଅଞ୍ଚଳରେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି:କୁନ୍ଦୁଳିଆ ଗ୍ରାମରୁ ମଧ୍ୟ ଅନୁରୂପ ଭାବେ ଟ୍ରାନ୍ସଫର୍ମର ଚୋରି ହୋଇଥିଲା।ବିଶୋଇ ବଜାର ନିକଟରୁ ଜଣେ ମହିଳାଙ୍କ ଗଳାରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ। ମାତ୍ର ଦୁଇ ଦିନ ତଳେ ବାଢ଼ୁଣିଆ ଗ୍ରାମରୁ ଏକ ଅଲ୍ଟୋ (Alto) କାର୍ ଚୋରି କରିବାକୁ ଉଦ୍ୟମ କରାଯାଉଥିବା ବେଳେ ଘର ଲୋକ ଜାଗ୍ରତ ହୋଇପଡ଼ିବାରୁ ଚୋର ଚମ୍ପଟ ମାରିଥିଲା। ପୋଲିସର  ନୀରବତାକୁ ଲୋକେ ନେଇ ଅସନ୍ତୋଷ l
ଏକାଧିକ ଛୋଟବଡ଼ ଚୋରି ଘଟଣା ଘଟୁଥିଲେ ସୁଦ୍ଧା ବିଶୋଇ ଥାନା ପୋଲିସ ଚୋରମାନଙ୍କୁ ଧରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗୋଟିଏ ପଟେ ବିଦ୍ୟୁତ୍ ସେବା ବ୍ୟାହତ ହେଉଥିବା ବେଳେ ଅନ୍ୟପଟେ ନିଜର ସମ୍ପତ୍ତି ଓ ସୁରକ୍ଷାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ଦିନ କାଟୁଛନ୍ତି।”କାହାକୁ କହିବୁ, କିଏ ଶୁଣିବ?” — ଏଭଳି ପ୍ରଶ୍ନ ଆଜି ସାଧାରଣରେ ଆଲୋଚନାର ବିଷୟ ହୋଇଛି। ପୋଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି।