IMG 20260711 WA0248

୨ୟ ବାର୍ଷିକ ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା : ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ ବାରିପଦା” ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ମାସ ୧୮ ରୁ ୨୬ ତାରିଖ ମଧ୍ୟରେ ୯ ଦିନଧରି ହେବାକୁଥିବା ୨ୟ ବାର୍ଷିକ ଜାତୀୟ ନାଟ୍ୟ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୈଳାଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହୋତ୍ସବର ଉପସଭାପତି ବରିଷ୍ଠ ସାମ୍ବାଦିକ ଡ଼ଃ ବିଜୟ କୁମାର ଅଗ୍ରୱାଲ, ବିଶିଷ୍ଟ ଆଇନ ପରାମର୍ଶଦାତା ଜୀବନ କୁମାର ସାହୁ, ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତି, ବାସ୍ତବ ପରିବାରର ସଭାପତି ଶାନ୍ତନୁ ପାଢ଼ୀ, ପୂର୍ବତନ ଅଧ୍ୟକ୍ଷା ଝରଣା ବେହେରା, ସମାଜସେବୀକା ତଥା ବିଶିଷ୍ଟ ଆଇନଜୀବୀ ସୁଜାତା ମିଶ୍ର, ମେଜର ଡ଼ଃ କଳ୍ପନା ଦାସ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ I
ନାଟ୍ୟ ଓ ଚଳଚିତ୍ର ଅଭିନେତା, ଲେଖକ, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ଆବାହକ ଓ ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ଚଳିତ ବର୍ଷର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ I ଏହି ମହୋତ୍ସବରେ ରାଜ୍ୟ ତଥା ଅନ୍ୟ ରାଜ୍ୟରୁ ପ୍ରତିଷ୍ଠିତ ନାଟ୍ୟସଂସ୍ଥା ମାନେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଦାସ ପଟ୍ଟନାୟକ ଜଣାଇଛନ୍ତି I ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଏକକ ଓ ମୁକ ଅଭିନୟ, ନୃତ୍ୟ, ଏଙ୍କରିଙ୍ଗ ଓ ନାଟକ ପାଣ୍ଡୁଲିପି ଲିଖନ ପ୍ରତିଯୋଗୀତା ସହିତ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ହେବାର ନିଷ୍ପତ୍ତି ନିଆଗଲା ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I