ବାରିପଦା : ଚଣ୍ଡିଗଡ ସ୍ଥିତ ଭାଗୱାରା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ୫୫ତମ ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ୪ ଖେଳାଳି I ଏହି ପ୍ରତିଯୋଗିତାରେ ଅନୁଷ୍ଠିତ ହେବାକୁଥିବା ୧୭ ବର୍ଷରୁ କମ ଖୋ – ଖୋ ପ୍ରତିଯୋଗିତାରେ ୧୦ମ ଶ୍ରେଣୀର ଆୟୁଷ ମୁଣ୍ଡା, ୯ମ ଶ୍ରେଣୀର ଲବ ମୁର୍ମୁ, କୁଶ ମୁର୍ମୁ ଓ ଚନ୍ଦନ ମାର୍ଣ୍ଡି ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଏଲ ଡି ଏସ ଯାଦବ ଜଣାଇଛନ୍ତି I
ପ୍ରକାଶଥାଉକି ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଖୋ – ଖୋ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ଏହି ପ୍ରତିଯୋଗୀମାନେ ଚଳିତ ମାସ ୨୨ ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି ବିଦ୍ୟାଳୟର କ୍ରୀଡା ଦାୟିତ୍ୱରେ ଥିବା ପି ସି ନାୟକ ପ୍ରକାଶ କରିଛନ୍ତି I
