IMG 20261003 WA0267

ସାରଳା ପୁରସ୍କାରପ୍ରାପ୍ତ ଛଉ ଓ ଝୁମର ଵିଶାରଦ ଗିରିଶ ଚନ୍ଦ୍ର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ 

ରାଜ୍ୟ
ବାରିପଦା: ବାମନଘାଟୀ ନୃତ୍ୟ  ପ୍ରତିଷ୍ଠାନ ତରଫରୁ ମହାନ ସାରସ୍ଵତ ସାଧକ ଛଉ ଓ ଝୁମର ବିଶାରଦ ସାରଳା ପୁରସ୍କାର ପ୍ରାପ୍ତ  ସ୍ଵର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କୁ ଅକ୍ଟୋବର ୨ ତାଙ୍କ ଶ୍ରାଦ୍ଧ ଦିବସରେ  ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ସଂପାଦକ ଦୁଷ୍ମନ୍ତ ବସା, ଉପସଭାପତି ଆଡଭୋକେଟ ଦ୍ବାରିକାନାଥ ମହାନ୍ତ,, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ସହ ସଂପାଦକ ଜୀବନ ପାତ୍ର, ସୃଷ୍ଟିଧର ମହାନ୍ତି,ରବୀନ୍ଦ୍ର ନାଥ ମହାନ୍ତି, ଛଉ ଗୁରୁ ଶୁଶେଣ ମହାନ୍ତ,ଶିବ ଚରଣ ମହାନ୍ତ,ଥିବାର ନାଏକ,ରାମ ମହାନ୍ତ, କିଶୋର ବେହେରା,ଗୁଲାମ କାଣ୍ଡେକାଲମହେଶ୍ଵର ମୁଣ୍ଡା,ବାସୁଦେବ ପାତ୍ର,ସୁନିଲ କଣ୍ଡାକେଲ  ପ୍ରମୁଖ  ଵାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ  ଥିବା  ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପରେ ଏକ ସ୍ମୃତି ଚାରଣ ଅବସରରେ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ସାରା ବିଶ୍ବ ଦରବାରରେ ଛଉ ଓ ଝୁମର ପ୍ରଚାର ପ୍ରସାର ଦିଗରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ । ଛଉ ନିର୍ଦେଶନା , ଲୋକପ୍ରିୟ ଝୁମର ସଂଗୀତ ରଚନା ,ଗାନ କରିବା,ନିର୍ଦେଶନା  ଦେଉଥିଲେ । ତେଣୁ  ସରକାରଙ୍କ ତରଫରୁ ଆଜୀବନ କଳା ସାଧନା ପାଇଁ ସାରଳା ପୁରସ୍କାର ପ୍ରଦାନ କରାଯାଇଥିଲା  ବୋଲି କହିଥିଲେ ।