IMG 20260710 WA0193

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ

ରାଜ୍ୟ

ବାରିପଦା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ର କନିଷ୍ଠ ଯନ୍ତ୍ତୀ ସୁଶିଲ କୁମାର ସିଂ l ଏକ ପାଞ୍ଚ ଲକ୍ଷ ଟଙ୍କାର ଏମଜିଏନଆରଇଜିଏ କାମକୁ ଜନୈକ ଠିକାଦାର ସମ୍ପୂର୍ଣ୍ଣ କରିସାରିଥିବା ସତ୍ୱେ ତାଙ୍କର ଚୂଡାନ୍ତ ବିଲ କୁ ଅଭିଯୁକ୍ତ ଯନ୍ତ୍ରୀ ଶ୍ରୀ ସିଂ ପାସ କରାଇବା ପାଇଁ ସାତ ପ୍ରତିଶତ ହିସାବରେ 32 ହଜାର ଟଙ୍କା ଦାବୀ କରିଥିଲେ l

ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଠିକାଦାର ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 10/9-7-2026 ରେ ଏକ ମାମଲା ରୁଜୁ କରାଯାଇଥିଲା l ଆଜି ପୂର୍ବ ଯୋଜନା ମୁତାବକ ଠିକାଦାର ଙ୍କ ଠାରୁ ଯନ୍ତ୍ରୀ ଶ୍ରୀ ସିଂ ଦାବୀ ମୁତାବକ 32 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ଏକ ଟିମ ତାଙ୍କୁ ମାଡ଼ିବସିଥିଲେ l ଭିଜିଲାନ୍ସ ଟିମ ତାଙ୍କ ପାଖରୁ ରଙ୍ଗବୋଳା ଜବତ କରିବା ସହ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଯାଇଅଛି l ଏଥି ସହିତ ଭିଜିଲାନ୍ସ ପକ୍ଷରୁ ଶ୍ରୀ ସିଂ ଙ୍କ ବାରିପଦାସ୍ଥିତ ତାଙ୍କ ଭଡାଘର, ତାଙ୍କ ନିଜସ୍ୱ ଗ୍ରାମ ବୈଶିଙ୍ଘା ଥାନା ଅନ୍ତର୍ଗତ ପୁରୁଣିଆ ଠାରେ ମଧ୍ଯ ସର୍ଚ୍ଚ କରାଯାଇଅଛି l