ଭୁବନେଶ୍ୱର : ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ଝାରସୁଗୁଡ଼ା, ସମ୍ବଲପୁର , ବରଗଡ଼, କଟକ ବଡ଼ମ୍ବା ଓ ଭୁବନେଶ୍ବରରେ ଥିଲା ଶାହଙ୍କ କାର୍ଯ୍ୟକ୍ରମ । ୪ ତାରିଖରେ ବରଗଡ଼ର ବାଉଲସିଂହା ଠାରେ ନିର୍ମିତ BPCL ର ଦ୍ୱିତୀୟ ପିଢ଼ିର (2G) ଇଥାନଲ୍ ପ୍ଲାଣ୍ଟର ଆନୁଷ୍ଠାନିକ ଉଦଘାଟନ କରିବା କାର୍ଯ୍ୟକ୍ରମ ଥିଲା । ହେଲେ ତାପୂର୍ବରୁ ଆଜି ଅପରାହ୍ନ ସମୟରେ ଅମିତ ଶାହଙ୍କ ଗସ୍ତ ବାତିଲ ହୋଇଛି । ଗସ୍ତ ବାତିଲ ହୋଇଥିବା ନେଇ ପ୍ରଦୀପ ପୁରୋହିତଙ୍କ ସୂଚନା ଦେଇଛନ୍ତି ।
ତେବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ବାତିଲ କଣ ପାଇଁ ପାଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ କେବେ ଓଡ଼ିଶା ଗସ୍ତ କରିବେ । ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିଛି ଗୁରୁତ୍ୱପୁର୍ଣ କାମ ଆସିବାରୁ ତାଙ୍କ ଗସ୍ତ ବାତିଲ ହୋଇଛି । ପରବର୍ତ୍ତୀ ସମୟରେ ଅମିତ ଶାହଙ୍କ ଗସ୍ତ ରି ସିଡ୍ୟୁଲ ହେବ ।
