Screenshot 2026 07 02 183705 750x430

ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର

ରାଜ୍ୟ

ଭୁବନେଶ୍ୱର : ନୂଆ ବହି ଛପା ପାଇଁ ଆରମ୍ଭ  ହେଲା ପ୍ରସ୍ତୁତି  । ବସିଲା ବଡ଼ ବୈଠକ ।  SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦେଶକ । ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର । ଏନେଇ ଗତକାଲି ଗଣଶିକ୍ଷା ସଚିବଙ୍କ ଘୋଷଣା ପରେ ଆଜି SCERTରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ।  SCERTରେ ବସିଲା ବଡ଼ ବୈଠକ ।

ଦୀର୍ଘ ସମୟ ଧରି ଚାଲିଲା ଆଲୋଚନା । ତ୍ରୁଟି ଥିବା ବହିକୁ ତର୍ଜମା ହୋଇଛି । ବିଭିନ୍ନ ବହି ମଗାଇ ମନ୍ତ୍ରୀ ଓ ସଚିବ ଆଲୋଚନା କରିଛନ୍ତି ।  ନୂଆ ବହି କେତେଶୀଘ୍ର ଛପା ଯିବ ଏବଂ ତାହାର କୋର୍ସ କଣ ରହିବ ସେନେଇ ହୋଇଛି ଆଲୋଚନା ।  ରାଜ୍ୟର ସମସ୍ତ ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।  ଗତକାଲି ସ୍ପଷ୍ଟ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ ।