ଯାମଦା ବ୍ଳକ ଆଇସିଡିଏସ ଆନୁକୁଲ୍ଯରେ ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ ପାଳନ

ରାଜ୍ୟ
ବାରିପଦା : ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ICDS), ଜାମଦା ତରଫରୁ “ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି, DC- DHEW, Samarthya- DHEW, କିଶୋରୀ ବାଳିକା, ଅଙ୍ଗନୱାଡି କର୍ମୀ ଓ ସୁଭଦ୍ରା ମା ମାନେ  ଯୋଗଦେଇଥିଲେ ।
“ ସଶକ୍ତ କିଶୋରୀ – ସଶକ୍ତ ଓଡ଼ିଶା” ଥିମ୍‌କୁ ଆଧାର କରି କିଶୋରୀମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଶକ୍ତିକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କିଶୋରୀ ବାଳିକା ମାନେ ଯୋଗଦେଇ ସ୍ୱାସ୍ଥ୍ୟବିଧି, ପୌଷ୍ଟିକ ଖାଦ୍ୟ, ଲିଙ୍ଗ ସମାନତା ଏବଂ ବାଲ୍ୟବିବାହ ନିରାକରଣ ବିଷୟରେ ଆଲୋଚନା କରିଥିଲେ ଏବଂ ଓଡ଼ିଶାର ପାରମ୍ପରିକ ରଜ ପର୍ବର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଦୋଳି ଖେଳ, ରଜ ଗୀତ, ପୁଚି ଖେଳ, ଧିର ଗତି ସାଇକେଲ ପ୍ରତିଯୋଗିତା, ରଜ ରୀଲିସ ଏବଂ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସର୍ବଶେଷରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ICDS) ର ଅଧିକାରୀ ଦ୍ରୌପଦୀ ମାର୍ଣ୍ଡି କିଶୋରୀ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ନାରୀ ସଶକ୍ତିକରଣ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।