ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଞ୍ଚଳରେ ହରିଜନ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ଆଜି ଚାରିଜଣ ଅଭିଯୁକ୍ତ କୁ ଗିରଫ କରି ପୋକ୍ସ କୋର୍ଟ ଚାଲାଣ କରିଅଛି । ପ୍ରକାଶ ଥାଉକି ଦୁଇ ଜଣ ନାବାଳିକା ଭଉଣୀ ଶୌଚ ପାଇଁ ଯାଇଥିବାବେଳେ ବଡ଼ ଭଉଣୀ ସମ୍ମୁଖରେ ସାନ ଭଉଣୀ କୁ ଚାରିଜଣ ଦୁବୃତ୍ତ ଜୋର ଜବରଦସ୍ର ଟେକିନେଇ ଦୁଷ୍କର୍ମ କରିଥିଲେ l
ପିଡିତା ମୂର୍ମୂଷୁ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ିଥିବା ନେଇ ଗାଁ ବାଲା ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ଚିକିତ୍ସା ପରେ ବିଳମ୍ବିତ ରାତିରେ ନାବାଳିକାର ଚେତା ଫେରିଥିଲା ।ଏହାକୁ ନେଇ ନାବାଳିକାର ପିତା ସୋମବାର ଦିନ ନିଜ ଝିଅକୁ ୪ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଦୁଷ୍କର୍ମ କରିଥିବା ନେଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ମାମଲାକୁ ଗୁରୁତର ନେଇ ଗତକାଲି ଏକ ମାମଲା ୧୯୦/୨୬ କେଶ ରୁଜୁ କରିଥିଲା ।ଜିଲ୍ଲା ପୋଲିସ ଆରକ୍ଷୀଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଏଥିରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ବିଭିନ୍ନ ଗ୍ରାମରୁ ଗିରଫ କରିବାକୁ ସଫଳ ହୋଇଥିଲା ।ଏହାକୁ ନେଇ ନାଵାଳିକାର ବୟାନ ସମେତ ପରିବାରଵର୍ଗ ଙ୍କ ବୟାନକୁ ଭିତ୍ତି କରି ଏଥିରେ ସଂପୃକ୍ତ ଉକ୍ତ ୪ ଜଣ ଯୁବକଙ୍କୁ ଗିରଫ କରି ଆଜି ବାରିପଦାସ୍ଥିତ ପସ୍କୋ କୋର୍ଟକୁ ସଂଘୀୟ ଭାବେ ଅପହରଣ, ଦୁଷ୍କର୍ମ, ଇତ୍ୟାଦି ଦଫାରେ ଚାଲାଣ କରାଯାଇଛି ଓ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପିଡିତା ନାବାଳିକାର ଵୟାନରେକର୍ଡ କରାଯାଇଛି ।
ଅଭିଯୁକ୍ତମାନେ ହେଲେ ରାଇରଙ୍ଗପୁର ଟାଉନ ଥାନାର ଭାଲୁଵସା ଗ୍ରାମର ସେକ୍ ସାକିଲର ପୁତ୍ର ସେକ୍ ଅମିନ(୧୯), ସେକ୍ ସାମସେରଙ୍କ ପୁଅ ସେକ୍ସ ଜାସିଦ୍(୧୯), ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦେରେଇ ଗ୍ରାମର ସେକ୍ ସାନଓ୍ବାର ର ପୁଅ ଟିପୁ ଓରଫ ସେକ୍ ଇସଲାମ୍ ଓରଫ ଏମଡି ଇସଲାମ(୨୩) ଏବଂ ଉକ୍ତ ଗ୍ରାମର ସେକ୍ ଆନଓ୍ଵାର ର ପୁତ୍ର ସେକ୍ ମକବୁଲ(୧୯) ବୋଲି ସୂଚନା ମିଳିଛି । ଏମାନଙ୍କ ନାମରେ ଥାନା କେଶ ନମ୍ବର ୧୯୦/୨୬ ଦଫା ୧୩୭(୨),/୬୫/୩(୫),ବିଏନଏସ/୬ ପସ୍କୋ ଆକ୍ଟ/ ସେକ୍ସନ ୩(୧)(ଆର୍)/୨(ଭି) ଏସି ଏଣ୍ଡ ଏସପି ପିଓଏ ଆକ୍ଟ ଦଫା ଲାଗୁ ହୋଇଛି ।
