ବାରିପଦା: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି-ଏନ୍.ଡି.ଏ. ସରକାରର “ସେବା, ସୁଶାସନ ଓ ଗରୀବ କଲ୍ୟାଣ”ର ବାର ବର୍ଷ ପୂର୍ତ୍ତି ତଥା ଶ୍ରୀ ମୋଦୀ ସ୍ୱାଧୀନ ଭାରତବର୍ଷର ଦୀର୍ଘତମ-ସମୟ-ସେବାକାରୀ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପ୍ରତିଭାତ ହେବା ଅବସରରେ ବୁଧବାର ଦିନ ବିଜେପି ବାରିପଦା ନଗର ଶାଖାର କର୍ମକର୍ତ୍ତାମାନେ ସ୍ଥାନୀୟ ବଡ଼ ଜଗନ୍ନାଥ ମନ୍ଦିରରେ ଦୀପଦାନ ଓ ପୂଜା ଅର୍ଚ୍ଚନା କରିଛନ୍ତି।
ସରକାରଙ୍କ ଉପଲବ୍ଧି ପାଇଁ ଠାକୁରଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ ସରକାରଙ୍କ ସୁଶାସନ ଓ ସଫଳତାର ନିରବଛିନ୍ନତା ବଜାୟ ରହିବା ସକାଶେ ଏହି ଅବସରରେ ସେମାନେ ପ୍ରାର୍ଥନା କରିଛନ୍ତି।
ବାରିପଦାର ଦୁଇ ନଗର ମଣ୍ଡଳ ସଭାପତି ସୁବ୍ରତ ମୁଖୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ନେତୃତ୍ୱରେ ଏକ ଗମ୍ଭୀର ପରିବେଶରେ ଅନୁଷ୍ଠିତ ଏହି ପୂଜାର୍ଚ୍ଚନା ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ଜିଲ୍ଲା ପ୍ରବକ୍ତା ନରୋତ୍ତମ ପାଣିଗ୍ରାହୀ ତଥା ସର୍ବଶ୍ରୀ ଲକ୍ଷ୍ମୀଧର ହାବଡ଼ା, ବିଜୟ କୁମାର ଦାସ, ନିରଞ୍ଜନ ଦାଶ, ରସିକାନନ୍ଦ ମିଶ୍ର, ତରୁଣ ପାଲବାବୁ, ଶମ୍ଭୁନାଥ ସାହୁ, ବିକାଶ ବାରିକ, ଶଙ୍କର୍ଷଣ ପଣ୍ଡା, କଳ୍ପତରୁ ରାୟବାବୁ, ରାଜୀବ ଦାସ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।
