IMG 20260610 WA0205

ଅଲ ଚିକିଲିପି ପରୀକ୍ଷା  ସମ୍ପନ୍ନ : ୫୦ ଜଣ ଝିଅ ଏବଂ ୪୨ ବାଳକ ସମେତ ୯୨  ଜଣ ପରୀକ୍ଷାର୍ଥୀଙ୍କ ଅଂଶ ଗ୍ରହଣ

ରାଜ୍ୟ
ବାରିପଦା : ସାନ୍ତାଳୀ ସମ୍ପ୍ରଦାୟର ନିଜସ୍ବ ଲିପି ଅଲଚିକି ସଂରକ୍ଷଣ, ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ମୟୁରଭଂଜ ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ,ସାଂସ୍କୃତିକ,ଶିକ୍ଷା ସ୍ବେଛାସେବୀ ଅନୁଷ୍ଠାନ ଶହୀଦ ନୁଦୁରାମ  ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ମିଳିତ ଆନୁକୁଲ୍ୟରେ ମେ ମାସ  ୫ ରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ସାନ୍ତାଳି ଜାତିର ନିଜସ୍ବ  ଲିପି ଅଲଚିକି ମାଗଣା ଶିକ୍ଷା ସ୍ଥାନୀୟ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଏବଂ ପାତେପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଦାନ କରାଯାଇ ଆସୁଛି ।ଆଜି ବୁଧବାର ଦିନ  ଉଭୟ ଶିକ୍ଷାନୁଷ୍ଠାନରେ ପରୀକ୍ଷା ପରିଚାଳିତ ହୋଇଥିବାବେଳେ ୫୦ ଜଣ ଝିଅ ଏବଂ ୪୨ ଜଣ ବାଳକ ସମେତ ସମୁଦାୟ ୯୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟମରେ ଉତ୍ସାହ ଓ ଆଗ୍ରହ ଦେଖାଦେଇଥିଲା  ।
ପରୀକ୍ଷା କେନ୍ଦ୍ରକୁ  ନଗରପାଳ ଅଭିଷେକ ପଟନାୟକ  ପରିଦର୍ଶନ ରେ ଯାଇ  ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଅଲଚିକି ଲିପି କେବଳ ଏକ ଲିପି ନୁହେଁ,ବରଂ ସାନ୍ତାଳୀ ଭାଷା,ସଂସ୍କୃତି,ପରମ୍ପରା ଓ ଐତିହ୍ୟର ପରିଚୟ ବହନ କରୁଥିବା ଏକ ଅମୂଲ୍ୟ ସମ୍ପଦ ।ବର୍ତମାନ ସମୟରେ ମାତୃଭାଷା ଓ ଓ ନିଜସ୍ବ ସଂସ୍କୃତିର ସୁରକ୍ଷା ଏକ ବଡ଼ ଆହ୍ବାନ ହୋଇଥିବାବେଳେ ଏଭଳି ପରୀକ୍ଷା ଓ ଶିକ୍ଷା ମୂଳକ କାର୍ଯ୍ୟକ୍ରମ ନୂତନ ପିଢିଙ୍କ ମଧ୍ୟରେ ନିଜ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିଛି ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ମନୋରଞ୍ଜନ ହାଁସଦା କହିଥିଲେ ।ତଦସହ ଅଲଚିକିର ପ୍ରଚାର ଓ ପ୍ରସାର ପାଇଁ ଏହି ଅନୁଷ୍ଠାନ ପ୍ରୟାସ ଜାରି ରଖିବ ।
ଏହି ଅଲଚିକି ଶିକ୍ଷା କେନ୍ଦ୍ରରେ  ବରିଷ୍ଠ ସାମ୍ବାଦିକ ଅକ୍ଷୟ ବିଶ୍ବାଳ ୬୨ ବର୍ଷ ବୟସରେ ଅଲଚିକି ଶିକ୍ଷା ଲାଭ କରିବା ସହ ପରୀକ୍ଷାରେ ଅଂଶ ଗ୍ରହଣ କରି ସମାଜକୁ ଏକ ସକାରାତ୍ମକ ବାର୍ତା ଦେଇଛନ୍ତି ।ଶିକ୍ଷା ଗ୍ରହଣ ଓ ମାତୃଭାଷାର ସଂରକ୍ଷଣ  ପାଇଁ ବୟସ କୌଣସି ବାଧା ନୁହେଁ ବୋଲି ସେ ପ୍ରମାଣିତ କରିଛନ୍ତି ‌ ।ଏହି କାର୍ଯ୍ଯକ୍ରମକୁ ପରିଚାଳନା କରିବାରେ  ଟ୍ରଷ୍ଟର ଅଧ୍ୟକ୍ଷ ମୋଚିରାମ ମୁର୍ମୁ,   ବରିଷ୍ଠ ସଦସ୍ଯ ଅଧ୍ୟାପକ ବିଜୟ ରାମ, ଉପଦେଷ୍ଟା  ଶିକ୍ଷକ ଗୋପାଳ ଚନ୍ଦ୍ର ମହାନ୍ତି, ଅଲ୍ ଇତୁନ୍ ଆଶ୍ରାର ସଭାପତି ରବୀନ୍ଦ୍ର ମୁଖୀ ,ଅଲଚିକି ଶିକ୍ଷକ ବୁଢ଼ାନ ମୁର୍ମୁ,ଶିକ୍ଷକ ବାଲାଇ ଟୁଡୁ ,ଶିକ୍ଷୟତ୍ରୀ ଲକ୍ଷ୍ମୀରାଣୀ ମାରାଣ୍ଡୀ ପ୍ରମୁଖ ସହଯୋଗ କରିଥିଲେ ।