ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ବହି ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂଆ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ ରହିଛି। ଏହାରି ଭିତରେ ଅଷ୍ଟମ ଶ୍ରେଣୀର ବହିର ଏକ ଅଧ୍ୟାୟରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ ରହିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାରି ଭାଇରାଲ୍ ହେଉଛି। ଏହାକୁ ନେଇ ଅନେକ ମିମ୍ ମଧ୍ୟ ତିଆରି କରାଯାଇଛି।
ଅଧ୍ୟାୟର ନାଁ ହେଲା ମୋ ସଙ୍ଗୀତର ଜଗତ। ଏଠାରେ ଗୋଟିଏ ରାଜସ୍ଥାନୀ ସଙ୍ଗୀତ, ଯାହା ଗୋଟିଏ ବଲିଉଡ଼ ଫିଲ୍ମରୁ ଆସିଛି ଏବଂ ସେଇ ଗୀତଟି ହେଲା “ନିମ୍ବୋଡା ନିମ୍ବୋଡା ନିମ୍ବୋଡା” । ଏହାକୁ ଅନେକ ଲୋକ ନାପସନ୍ଦ ମଧ୍ୟ କରୁଛନ୍ତି। ପିଲାମାନେ କ’ଣ ବଲିଉଡ଼ ଗୀତ ପଢ଼ିବେ ବୋଲି ମିମ୍ ମଧ୍ୟ କରାଯାଉଛି। ତେବେ ଏହି ଗୀତଟି କାହିଁକି ବହିରେ ଅଛି ସେ ନେଇ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ଲୋକେ ସମାଲୋଚନା କରୁଛନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟୀ ହୋଇଛି।
