ଭୁବନେଶ୍ୱର: କାଳ ସାଜୁଛି କାଳବୈଶାଖୀ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମୟରେ ଅଘଟଣ । ଯାଜପୁର, ଭଦ୍ରକ ଓ ବାରିପଦାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତ ଗୁଣ୍ଡିଲୋ ଗାଁର ସଂଗ୍ରାମ ନାୟକ ବିଲରେ ହଳ କରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟ ହୋଇଥିଲା । ବଜ୍ରପାତରେ ୧୦ ବର୍ଷର ବାଳକଙ୍କ ଜୀବନ ଯାଇଛି । ମା ଆଙ୍କୁ ଗୁହାଳ ଘରୁ ଆଣିବାକୁ ପୁଅ ଜୀବନ ଛତା ନେଇ ଯାଉଥିବା ବେଳେ ବିଜୁଳି ମାରିଥିଲା, ସେଠାରେ ସେ ଟଳି ପଡି ଥିଲେ ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ପଞ୍ଚାୟତ ସାମଲ ସାହିରେ ଏହି ଅଘଟଣ ଘଟିଛି । ମୟୂରଭଞ୍ଜ ଜିଲ୍ଲା ସାରାସକଣା ବ୍ଳକ ଅଞ୍ଚଳରେ ବ୍ରଜପାତରେ ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ମହିଳା ହେଲେ ଶଙ୍ଖାଭଙ୍ଗା ଗାଁର କସ୍ତୁରୀମଣି ସିଂ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
