IMG 20260607 WA0156

ବିରୋଧୀଙ୍କ ଚେତାବନୀ ପରେ ସରକାରଙ୍କ ଚୈତନ୍ୟୋଦୟ; ଜିଲ୍ଲାରେ ପୁଣି ସକ୍ରିୟ ହେବ ଜନକଲ୍ୟାଣକାରୀ ସ୍ୱାସ୍ଥ୍ୟ ସେବା

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ହୀନ ରାଜନୈତିକ ମନୋଭାବ ଶେଷରେ ପ୍ରକାଶ୍ୟ ହୋଇଛି। ଯେଉଁ ବାରିପଦା ରେ *ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ* ଓ ହସ୍ପିଟାଲର *ସ୍ୱାସ୍ଥ୍ୟ ଭିତ୍ତିଭୂମି*, *ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ* ଙ୍କ ଦୂରଦର୍ଶୀ ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିଲା ଏବଂ *୨୦୨୪ ମସିହାରେ* ତାଙ୍କ ଦ୍ୱାରା ଲୋକାର୍ପିତ ମଧ୍ୟ ହୋଇଥିଲା, ସେହି ପ୍ରକଳ୍ପକୁ କେବଳ ରାଜନୈତିକ ଶ୍ରେୟ ନେବା ଆଶାରେ ବର୍ତ୍ତମାନ ସରକାର ପ୍ରାୟ ଦୁଇ ବର୍ଷ ଧରି ଅଟକାଇ ରଖିଥିଲେ।
ବିଜୁ ଜନତା ଦଳର ଲଗାତାର ଆନ୍ଦୋଳନ ଓ ଦାବି ପରେ ପୂର୍ବତନ ଉପ ବାଚସ୍ପତି  ତଥା ବିଜେଡି ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ସାନନ୍ଦ ମାର୍ଣ୍ଡିଙ୍କ କଡ଼ା ଚେତାବନୀ ପରେ ରାଜ୍ୟ ସରକାରଙ୍କ ଚୈତନ୍ୟୋଦୟ ଘଟିଛି। ଏବେ ସେହି ପ୍ରକଳ୍ପର ରଙ୍ଗ ପରିବର୍ତ୍ତନ କରି ପୁନର୍ବାର ଉଦ୍ଘାଟନ କରିବାକୁ ଯାଉଥିବା ଘଟଣା ଜନସାଧାରଣଙ୍କ ନିକଟରେ ସରକାରଙ୍କ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ପ୍ରମାଣ ଦେଉଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କିରାଯାଇଅଛି ।
ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ଡେରିରେ ହେଲେ ମଧ୍ୟ ଯଦି ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି, ତେବେ କେବଳ ଫିତା କାଟି ଫଟୋ ଉଠାଇବାରେ ସୀମିତ ନ ରହି ମୟୂରଭଞ୍ଜ ବାସୀଙ୍କ ପ୍ରକୃତ ଆବଶ୍ୟକତା ପୂରଣ କରାଯାଉ। ଜିଲ୍ଲା ପାଇଁ ତୁରନ୍ତ *୧୦ଟି ମାଗଣା ଆଇସିୟୁ ଆମ୍ବୁଲାନ୍ସର ବ୍ୟବସ୍ଥା, ମେଡିକାଲ କଲେଜ ଓ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ, ରୋଗୀମାନଙ୍କ ପାଇଁ ଏମ୍ସ-ପ୍ଲସ୍ ଧରଣର ଉନ୍ନତ ସେବା ଆରମ୍ଭ ଏବଂ ଜିଲ୍ଲାରେ ଅତିରିକ୍ତ ଦୁଇଟି ରକ୍ତଭଣ୍ଡାର ସ୍ଥାପନ* କରାଯିବା ଆବଶ୍ୟକ। ଏହା ମୟୂରଭଞ୍ଜ ବାସୀଙ୍କ ଦୀର୍ଘଦିନର ଦାବି ଓ ନିତାନ୍ତ ଆବଶ୍ୟକତା।
ସେ ଆହୁରି କହିଛନ୍ତି ଯେ, ମୟୂରଭଞ୍ଜର ସ୍ୱାସ୍ଥ୍ୟସେବାକୁ ରାଜନୈତିକ ପ୍ରଚାରର ମାଧ୍ୟମ ନ କରି ଜନସାଧାରଣଙ୍କ ସେବାର ମାଧ୍ୟମ କରାଯାଉ। ଅନ୍ୟଥା, ମୟୂରଭଞ୍ଜ ବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ପୁନର୍ବାର ଅହରହ ଆନ୍ଦୋଳନ ଓ ଲଢେଇ ଜାରି ରଖିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଆଜି ଏକ ପ୍ରେସ ବାର୍ତ୍ତା ରେ ଶ୍ରୀ  ମାର୍ଣ୍ଡି ପ୍ରକାଶ କରିଛନ୍ତି।