ବାରିପଦା : ଆଜି କେନ୍ଦ୍ରୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷାବୋର୍ଡ ଆନୁକୂଲ୍ୟରେ ଓଡିଶା, ପଶ୍ଚିମବଂଗ ଓ ଝାରଖଣ୍ଡ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକରେ ମୁଣ୍ଡାରୀ ବାନୀ ଲିପିରେ ପ୍ରଥମ ଶ୍ରେଣୀ ରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ୧୧୬୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ମୁଣ୍ଡାରୀ ବାନୀ ସ୍କୁଲର ପ୍ରଧାନ ଶିକ୍ଷକ ମାନେ ପରୀକ୍ଷା କେନ୍ଦ୍ର ର ପରିଚାଳନା ଦାୟିତ୍ୱ ରେ ଥିଲେ । ଝାରଖଣ୍ଡ ରାଜ୍ୟର ପରୀକ୍ଷା କେନ୍ଦ୍ର ଗୁଡିକରେ ସ୍କାର୍ଡ ଡ୍ୟୁଟିରେ ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ର ନାଥ ସି ,ଂ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, ଯୁବକମିଟି ର ଅଧ୍ୟକ୍ଷ ସବରନ ସିଂ , ବୋଧ ମୁଣ୍ଡା , ଉମେଶ ଚନ୍ଦ୍ର ମୁଣ୍ଡା ଓ ବଙ୍କିମ ଚନ୍ଦ୍ର ମୁଣ୍ଡା , ଓଡିଶା ରାଜ୍ୟର ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ମୁଣ୍ଡା ସମାଜ ର କେନ୍ଦ୍ରୀୟ ସମ୍ପାଦକ ନାଥ ସିଂ, କୋଷାଧ୍ୟକ୍ଷ ବାଇଧର ସିଂ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ, ଜୟରାମ ସିଂ, ବସନ୍ତ କୁମାର ସିଂ, (ପାହାନ), ରଘୁନାଥ ସିଂ, (ପାହାନ) ଅନ୍ନପୂଣ୍ଣା ସିଂ, ବାଜି ସିଂ, ଚନ୍ଦ୍ରମୋହନ ମୁଣ୍ଡାରୀ, ରୋହିଦାସ ସିଂ, ପଶ୍ଚିମବଂଗ ରାଜ୍ୟର କେନ୍ଦ୍ରଗୁଡିକରେ ସପନ କୁମାର ସିଂ, ସର୍ଦ୍ଦାର ସିଂ, ପ୍ରଭୃତି ପରୀକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ ।
ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଛାତ୍ର , ଛାତ୍ରୀ ଓ ଅଭିଭାବକ ମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଅନୁଷ୍ଠିତ ହୋଇ ପାରି ଥିବାରୁ ବୋର୍ଡ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯଇଛି ।
