IMG 20260602 WA0198

ବାରିପଦାରେ ଏସ୍‌ଆଇଆର୍-୨୦୨୬ ସଚେତନତା ରଥର ଶୁଭାରମ୍ଭ

ରାଜ୍ୟ

ବାରିପଦା : ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ନେଇ ଜନସଚେତନତା ବୃଦ୍ଧି ଏବଂ ମତଦାତାଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବାରିପଦା ଉପ-ଜିଲ୍ଲାପାଳ ତଥା ବାରିପଦା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ କସ୍ତୁରୀ ପଣ୍ଡା ସବୁଜ ପତାକା ପ୍ରଦର୍ଶନ କରି ଏହି ସଚେତନତା ରଥକୁ ଉଦ୍‌ଘାଟନ କରିଥିଲେ।

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଏକ ନିର୍ଭୁଲ, ଅଦ୍ୟତନ ଓ ସର୍ବସମାବେଶୀ ମତଦାତା ତାଲିକା ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ। ଏହି ଉଦ୍ଦେଶ୍ୟରେ ସଚେତନତା ରଥ ବାରିପଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳ ପରିଭ୍ରମଣ କରି ମତଦାତା ତାଲିକା ସଂଶୋଧନ ସମ୍ବନ୍ଧୀୟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବ।

ରଥ ମାଧ୍ୟମରେ ମତଦାତା ତାଲିକାରେ ନାମ ସଂଯୋଜନ, ବିଲୋପ, ସଂଶୋଧନ ଓ ସ୍ଥାନାନ୍ତରଣ ସମ୍ପର୍କିତ ସୂଚନା ପ୍ରଚାର କରାଯିବା ସହିତ ମତଦାତାମାନଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ ପାଇଁ ଉତ୍ସାହିତ କରାଯିବ।

ଏହାସହ ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମରେ ସହଯୋଗ କରି ଏକ ନିର୍ଭୁଲ ଓ ବିଶ୍ୱସନୀୟ ମତଦାତା ତାଲିକା ପ୍ରସ୍ତୁତିରେ ନିଜର ସକ୍ରିୟ ଭୂମିକା ନିର୍ବାହ କରିବାକୁ ଅନୁରୋଧ କରାଯାଇଛି।