IMG 20260530 WA0187

ଡିଆରକେ କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ରାଜ୍ୟ
ବାରିପଦା : ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ଡି ଆର କେ କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଟୁର୍ଣ୍ଣାମେଣ୍ଟର ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିଶିଷ୍ଟ ଶିଳ୍ପପତି ଗିରିଶ ଚନ୍ଦ୍ର ଦାସ ଓ ଉପନଗରପାଳ ସୀମା ଦାସ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି କାଶୀ ରଣା, କାର୍ଯ୍ୟକାରୀ ସଭାପତି କଳିଙ୍ଗ କେଶରୀ ଜେନା, ସମ୍ପାଦକ ସଂଜୀବ ଦ୍ବିବେଦୀ, କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, କ୍ରୀଡା ସଂଗଠକ ଅମର କୁମାର ସେଠି, ପୂର୍ବତନ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ଲୋହିତ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଉଦଘାଟନୀ ମ୍ୟାଚରେ ଲାଲବଜାର ୱରିୟର୍ସ ୭୪ ରନରେ ପରି ଚାଲେଞ୍ଜରକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଲାଲବଜାର ୱରିୟର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୮୫ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦିବ୍ୟରଞ୍ଜନ ଦାସ ୭୯, ଦିବ୍ୟଲୋଚନ ଦାସ ୨୯ ଓ ସୁଧାକର ନାଏକ ୨୬ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସତ୍ୟକାମ ଭରଦ୍ୱାଜ ୩ଟି ଏବଂ ସାମନ୍ତ ଶେଖର ପାଲ ଓ ଅନିକେତ ସିଂହ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ପରି ଚାଲେଞ୍ଜର ୧୩. ୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ସତ୍ୟକାମ ଭରଦ୍ୱାଜ ସର୍ବାଧିକ ୬୭ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ କୁମାର ବସା ୪ଟି, ଦୀପକ କୁମାର ୩ଟି ଓ କ୍ଷମା ସାଗର ବଳ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଦିଲ୍ଲୀପ ଦାସ ଓ ଶେଖ ଅମଜୀତ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି ଓ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ବୋଲି ସହ ଆୟୋଜକ ସତ୍ୟନାରାୟଣ ଜୀଉ ଜଣାଇଛନ୍ତି I ଚମ୍ପିୟାନ ଦଳ ପାଇଁ ୧ ଲକ୍ଷ ୨୦ ହଜାର ଓ ରନର୍ସ ଅପ ଦଳ ପାଇଁ ୮୦ ହଜାର ଟଙ୍କା ପୁରସ୍କାର ରାଶି ରହିଛି ବୋଲି ମୁଖ୍ୟ ଆୟୋଜକ ଅମିତାଭ ଦାସ ଜଣାଇଛନ୍ତି I