ବିଦ୍ଯୁତ୍ ଆଘାତରେ ମହିଳା ମୃତ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର‌ ଟାଉନଥାନା ଅନ୍ତର୍ଗତ  ୧୩ ନମ୍ବର ୱାର୍ଡର ସିଗନାଲ ସାହିରେ ଜନୈକ ମହିଳାଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ମୃତ୍ଯୁ ହୋଇଛି ।ସୂଚନା ଯୋଗ୍ୟ ଶ୍ରବଣ ଦାସ ଙ୍କ  ପତ୍ନୀ   ଯଵା  ଦାସ(୨୬) ଖରାବେଳେ ଘରର ସୁଇଚ  ବୋର୍ଡରେ ହାତ ଦେଇଥିବାବେଳେ ବିଦ୍ୟୁତ ଜନିତ ଦୁର୍ଘଟଣାରେ ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ  ଡାକ୍ତରଖାନାକୁ ଅଣା ଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ବାବଦରେ ରାଇରଙ୍ଗପୁର ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମହିଳାଙ୍କର ୧୨ ବର୍ଷର ପୁଅ  ଏବଂ ୬ ବର୍ଷର ଝିଅଟିଏ ଅଛି । ମା’କୁ ହରାଇ ଛୁଆ ଦୁଇଟି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଗାଁରେ ଏହି ଘଟଣା କୁ ନେଇ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହିଳା ଜଣକ ଟାଟା ପାଓ୍ଵାରରେ ଚତୁର୍ଥ  ଶ୍ରେଣୀ କର୍ମଚାରୀଭାବେ କାମ କରୁଥିଲେ ।