ବାରିପଦା : କିଛି ଦିନର ପ୍ରବଳ ଗୁଳୁଗୁକି ସାଙ୍ଗକୁ ଅସହ୍ୟ ତାପମାତ୍ରା ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଆଜି ଅପରାହ୍ନରେ ପାଗରେ ପରିଵର୍ତ୍ତନ ଦେଖାଦେଇଛି l ଲୋକମାନେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରୁଥିବା ସମୟରେ ଆକାଶରେ କଳା ବାଦଲ ସାଙ୍ଗକୁ ଘନ ଘନ ଘଡଘଡ଼ି ରେ ଗଲା ଜଣଙ୍କର ଜୀବନ l ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ର ମୁଣ୍ଢାକଟା ଗ୍ରାମର ସତ୍ୟବ୍ରତ ଧୋଡା ଙ୍କ ଆଜି ଅପରାହ୍ନରେ ବଜ୍ରପାତ୍ରରେ ମୃତ୍ୟୁ ଘଟିଅଛି l ଘରେ ପିଣ୍ଡାରେ ଥିବାବେଳେ ହଟାତ ବଜ୍ରପାତ ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଅଛି l
