ବାରିପଦା : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଭାଲୁବଷା ପଞ୍ଚାୟତର ମୂଷାବଣି ଗ୍ରାମରେ ପାନୀୟ ଜଳ ସଂକଟରେ ଜର୍ଜରିତ ଓ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ।ସୂଚନାଯୋଗ୍ୟ ଦିର୍ଘ ୧୭ ବର୍ଷ ତଳେ ମୂଷାବଣି ଗ୍ରାମରେ ଗ୍ରାମ ସ୍ବରାଜ ତରଫରୁ ପାଣିଟାଙ୍କି ବସାଯାଇଥିଲା ।ସେଠାରୁ ଗାଁ ଲୋକେ ପାନୀୟ ଜଳ ପାଉଥିଲେ ।ଦିନ ଭଲ ଗଡୁଥିଲା ।କିନ୍ତୁ ଦୁର୍ଭାଗ୍ୟ ପାଣି ଟାଙ୍କିଟି ଫାଟିଗଲା । ଯାହା ଫଳରେ ପାଇପ ଯୋଗେ ଆଉ ଗାଁ ଲୋକେ ପାଣି ପାଇଁ ପାରୁ ନାହାଁନ୍ତି ଅପରପକ୍ଷରେ ବସୁଧା ପାଇପଯୋଗେ ମଧ୍ୟ ପାଣି ପାଇଁ ପାରୁ ନାହାନ୍ତି ।ଗ୍ରୀଷ୍ମ ତାତି ଲାଗି ରହିଛି ।
ବର୍ତ୍ତମାନ ଗ୍ରୀଷ୍ମରୁତୁ l ଅତ୍ୟଧିକ ଟେମ୍ପେଚରର ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ରେ ଜକନଜୀବନ ଅସ୍ତବ୍ୟସ୍ତ । ଆଉ ଏହି ସମୟରେ ଲୋକ ପିଇବା ପାଣି ପାଇଁ ଡହଳ ବିକଳ । ଗାଁ ଲୋକେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ବ୍ୟବସ୍ଥା କରୁନାହାନ୍ତି । ତେଣୁ ଏହାର ସ୍ଥାୟୀ ସମାଧାନ ନହେଲେ ଆଗକୁ ବାଧ୍ୟହୋଇ ରାସ୍ତାରୋକ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l
