ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଭଲିବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ମୁଖ୍ୟମନ୍ତ୍ରୀ କପ ଭଲିବଲ ଚାମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି I
ପୋଲିସ ପଡିଆରେ ଅନୁଷ୍ଠିତ ବାଳକ ବିଭାଗରେ ଗ୍ରୁପ ଏଫ ( ବାରିପଦା ଓ ରାଶଗୋବିନ୍ଦପୁର ) ଦଳ ଗ୍ରୁପ ଏ ( ଜାମଦା ଓ ମୋରଡା ) କୁ ୨-୦ ସେଟରେ ହରାଇ ଚାମ୍ପିୟାନ ହୋଇଥିବା ବେଳେ ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ବାଳିକା ବିଭାଗରେ ଗ୍ରୁପ ଏ ( ବିଜାତଳା ଓ ମୋରଡା ) ଦଳ (ଯଶିପୁର, ଶୁକୃଳି ଓ ଠାକୁରମୁଣ୍ଡା ) କୁ ୨-୦ ସେଟରେ ପରାସ୍ତ କରି ଚାମ୍ପିୟାନ ହୋଇଥିଲା I ଜାତୀୟ ସ୍ତରୀୟ ରେଫେରୀ ରାଜେଶ ଦାସ, ନାରାୟଣ ସାହୁ, ପ୍ରଦୋଷ ଟିପିରିଆ, ଦେବାଶିଷ ପରିଡା, ନିରଞ୍ଜନ ନାଏକ, ଚନ୍ଦ୍ରମୋହନ ଦଳେଇ, ହରିହର ମଲ୍ଲିକ ଓ ଦୀପକ କୁମାର ମୁଣ୍ଡା ଖେଳ ପରିଚାଳନା କରିଥିଲେ I
ଜିଲ୍ଲାରୁ ବାଳକ ବିଭାଗରେ ୯୦ ଜଣ ଓ ବାଳିକା ବିଭାଗରେ ୪୪ ଜଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ I ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ଓ ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ପ୍ରକାଶଥାଉକି ଏହି ପ୍ରତିଯୋଗିତା ମାଧ୍ୟମରେ ଖେଳାଳି ଚୟନ କରାଯାଇ ଜିଲ୍ଲା ଦଳ ଗଠନ କରାଯିବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I
