ବାରିପଦା : ଶହୀଦ ତଥା ଵୀରଚକ୍ର ନୁଦୁରାମ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ସଂଗଠନ ତରଫରୁ ଗ୍ରୀଷ୍ମକାଳୀନ ଛୁଟି ଅଭ୍ୟାସରେ ମେ ୫ ରୁ ଜୁନ ୧୬ ପର୍ଯ୍ଯନ୍ତ ସାନ୍ତାଳି ଲିପି ଅଲଚିକି ଶିକ୍ଷା ପ୍ରଦାନ କରାଯାଉଅଛି ।ଏଥିରେ ୧୨୦ ଉର୍ଦ୍ଧ୍ଵ ବରିଷ୍ଠ,କନିଷ୍ଠ ସାନ୍ତାଳୀ ଭାଷା ପ୍ରେମୀ ୬ ରୁ ୬୦ ବର୍ଷ ପର୍ଯ୍ୟନ୍ତ ତଥା ଛୁଆରୁ ବୃଦ୍ଧ ଶିକ୍ଷା ଲାଭ କରୁଛନ୍ତି । ଅଭିଜ୍ଞ ସାନ୍ତାଳୀ ଶିକ୍ଷକ ବୁଢାନମୁର୍ମୁ,ସାନ୍ତାଳୀ ଶିକ୍ଷକ ବାଲାଇ ଟୁଡୁ ପ୍ରମୁଖ ସରଳ ଓଡ଼ିଆ,ହିନ୍ଦୀ,ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ କରୁଛନ୍ତି ।ଓଡ଼ିଆ ଲୋକମାନେ ମଧ୍ୟ ସାନ୍ତାଳୀ ଶିକ୍ଷା ଲାଭ କରୁଛନ୍ତି ।ଆଜି ଏହି ଶିକ୍ଷା କେନ୍ଦ୍ରକୁ ସ୍ୱତନ୍ତ୍ର ଅତିଥିଭାବେ ବାରିପଦା କିସ୍ ସ୍କୁଲର ଅଧ୍ୟକ୍ଷ ଗଣେଶ ମିଶ୍ର ଏବଂ ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ଦେବ ହୋତା ଏହି କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ ।ଛାତ୍ରଛାତ୍ରୀମାନେ ସେମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସମ୍ଵିଧାନ କହିଛି ମାତୃଭାଷାରେ ଶିକ୍ଷା ଲାଭ କରିବା ସମସ୍ତଙ୍କର ମୌଳିକ ଅଧିକାର ।ଯାହାର ନିଜ ମାତୃଭାଷା ଓ ଲିପି ଉପରେ ଯେତେ ଦଖଲ ଥିବା ସେ ଅନ୍ୟ ଭାଷାକୁ ସେତେ ଶିଘ୍ର ଗ୍ରହଣ କରି ପାରିବ ।ସାନ୍ତାଳି ଲିପିର ୩୦ ଟି ଅକ୍ଷର ଅଛି ।ଏହାକୁ ଶିକ୍ଷିତ ଏବଂ ଆୟତ୍ତ କରିବା ଅତି ସରଳ ।ଆଜିକାଲି ପ୍ରାଥମିକରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସାନ୍ତାଳି ଲିପି ଶିକ୍ଷା ବ୍ୟବସ୍ଥା ଅଛି ।ତେଣୁ ଏଥିମଧ୍ୟରେ ପିଏଚଡି କରିହେବ ଏବଂ ପ୍ରଫେସର ହୋଇପାରିବ ।ସାନ୍ତାଳି ଲିପି ଓ ଭାଷା ପ୍ରଚାର ଓ ପ୍ରସାର ପାଇଁ ରାଇରଙ୍ଗପୁର ଅଞ୍ଚଳର ସାନ୍ତାଳୀ ସାରସ୍ଵତ ସାଧକ ଚରଣ ହେମ୍ବ୍ରମ ଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଭାରତ ସରକାର ମନୋନୀତ କରିଛନ୍ତି ।ତେଣୁ ପିଲାମାନେ ଆଗକୁ ପଢ ଓ ବଢ ବୋଲି ଅତିଥିଗଣ କହିଥିଲେ । ଏହି ଅବସରରେ ଅତିଥିଗଣ ସାନ୍ତାଳି ଶିକ୍ଷା ଲାଭ କରୁଥିବା ସାମ୍ବାଦିକ ଅକ୍ଷୟ ବିଶ୍ବାଳଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଅଧ୍ୟକ୍ଷ ମନୋରଞ୍ଜନ ହାଁସଦାଃ,ବିଶିଷ୍ଟ ସାନ୍ତାଳୀ ସମାଜସେବୀ ମୋଚିରାମ ମୁର୍ମୁ,ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଜୟ ରାମ,ଶିକ୍ଷକ ଗୋପାଳ ଚନ୍ଦ୍ର ମହାନ୍ତି,ଅଲ୍ ଇତୁନ୍ ଆଶ୍ରାର ଜିଲ୍ଲା ସଭାପତି ରବୀନ୍ଦ୍ର ମୁଖୀ,ସାନ୍ତାଳୀ ଶିକ୍ଷକ ବୁଢ଼ାର ମୁର୍ମୁ,ସାନ୍ତାଳୀ ଶିକ୍ଷକ ଡାଲଖାଇ ଟୁଡୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
