Dead body 300x173 1 150x150

 ବନ୍ଧରୁ ନିଖୋଜ ଯୁବତୀର ଶବ ଉଦ୍ଧାର 

ରାଜ୍ୟ
ବାରିପଦା : ଚଳିତ ମାସ  ବୁଧବାର  ୨୦ ତାରିଖ ଦିନ ଅପରାହ୍ନ ରେ ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିଲା  କିନ୍ତୁ ଘରକୁ ପେରିନଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଥିଲେ । ତେବେ ନିଖୋଜ ହେବା  ପରେ ପରିବାର ଲୋକେ  ସମସ୍ତ ସମ୍ପର୍କିୟ ଲୋକଙ୍କ ଘରକୁ ମଧ୍ଯ ଖୋଜାଖୋଜି କରି କେଉଁଠି ବି ପାଇନଥିଲେ । ତେବେ  ଗତକାଲି  ବୁଡାଖମାରୀ ଗ୍ରାମର ନିକଟତମ ଗାଁ  ର ରେଙ୍ଗାଳବେଡା ଗାଁର ଘଞ୍ଚ ଜଗଂଲ ବିଲ ମଧ୍ଯରେ ଥିବା ବନ୍ଧ କୁ ଗାଧୋଇ ଯାଇଥିବା  ଲୋକେ ବନ୍ଧରେ ମହିଳା ଜଣକ ଭାସୁଥିବାର ଦେଖିବାକୁ ପାଇବା ପରେ ମଣଦା ଫାଣ୍ଡିକୁ ଖବର ଦେବା ପରେ ବିଶୋଇ ପୋଲିସ ଥାନା ଦାବୁ ପହଁଞ୍ଚି ତଦନ୍ତ କରିଥିଲେ।  ବନ୍ଧରେ ଅଧିକ ପାଣି ଥିବାରୁ ସ୍ଥାନୀୟ ଦମକଳ ବିଭାଗ ର ସାହାଯ୍ଯ ରେ ମହିଳାର ଅର୍ଦ୍ଧ ନଗ୍ନ ଶବ ଉଦ୍ଧାର କରାଯାଇଥିଲା।
ତେଣୁ ପରିବାର ଲୋକେ କୌଣସୀ ଅସାମାଜିକ ବ୍ୟକ୍ତି ହତ୍ଯାକରି ବନ୍ଧରେ ଫିଙ୍ଗିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ମୃତକ ହେଲେ ସ୍ବର୍ଗତ ଆନପା ମାଝୀଙ୍କ ଦ୍ବିତୀୟ ନମ୍ବର ଝିଅ ଶାନ୍ତିଲତା ମାଝୀ (୨୩) ଘର ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦାଫାଣ୍ଡି ନିକଟ ବୁଡାଖୋମାରୀ ଗ୍ରାମର ବୋଲି ଜଣାପଡିଛି।   ବିଶୋଇ ଥାନା ପକ୍ଷରୁ ଏହି ଘଟଣାରେ ଏକ ଅପମୃତ ମାମଲା ରୁଜୁ କରି ୧୩୵୨୬ ରେ ଏକ ମାମଲାରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ପୋଲିସ ଶବକୁ ଉଦ୍ଧାର କରି  ରାଇରଙ୍ଗପୁର ଡାକ୍ତର ଖାନାକୁ ବ୍ୟବଛେଦ  ପାଇଁ ପଠାଇଛନ୍ତି  ।