ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ସହରର ଵୃହତ ଜଳାଶୟ ବଡବନ୍ଧୁରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ କୁ ପୋଲିସ ଉଦ୍ଧାର କରିଅଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ସହରର ମୁର୍ମୁ ଛକ ନିକଟସ୍ଥ ଏକ ଘରୋଇ ମେସରେ କିଛି ଛାତ୍ରଛାତ୍ରୀ ରହି ପଢ଼ାପଢ଼ି କରୁଥିଲେ ।ଗତକାଲି ସେହି ମେସର ୮ ମ ଶ୍ରେଣୀ ପଢୁଥିବା ଛାତ୍ର ସୁଵାସିସ ଗୋଇପାଇ(୧୩) ଅପରାହ୍ନ ୩ ଟା ବେଳୁ କୂଆଡେ ଚାଲିଯାଇଥିଲେ ।
ରାତ୍ରୀ ପର୍ଯ୍ୟନ୍ତ ମେସକୁ ନ ଫେରିବାରୁ ମେସର କତୃପକ୍ଷ ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଆଜି ଅପରାହ୍ନ ୪.୩୦ ଟା ବେଳେ ଜାତୀୟ ରାଜପଥ ୨୨୦ ନମ୍ବରକୁ ଲାଗିଥିବା ବଡବନ୍ଧ ବୃହତ ଜଳାଶୟରୁ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଲକ୍ଷ୍ୟ କରି ଥାନାକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ଉଦ୍ଧାର କରିଥିଲା । ମୃତକ ପିଲାର ଘର ତିରିଂ ଥାନା ଅନ୍ତର୍ଗତ ଦେଓଗାମ ଠାରେ ।ଅନ୍ୟପଟେ ମୃତ ପିଲାର ବାପ ମାଆ ନିଜ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ରହୁଥିବା ମେସ ରୁ ମାତ୍ର 50 ଫୁଟ ଦୂରରେ ରାସ୍ତା ଅପର ପାର୍ଶ୍ଵରେ ଥିବା ବନ୍ଧ ରେ କେମିତି ବୁଡିଲା ତାହା ସମସ୍ତଙ୍କ ସନ୍ଧେହ ଘେରରେ l ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଅଛି l ପୋଷ୍ଟମୋର୍ଟମ ରିପୋର୍ଟ ପ୍ରକାଶ ପାଇଲେ ଅସଲି ତଥ୍ୟ ପଦାକୁ ଆସିବ ।
