IMG 20260331 WA0182

 ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗାଡି ଚାଳକ ସିରାଜୁଦ୍ଦିନ ଆନସାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଜ୍ୟ
ବାରିପଦା : ଦୀର୍ଘ ୩୭ବର୍ଷରୁ ଅଧିକ ସରକାରୀ ଚାକିରୀରେ ଗାଡି ଚାଳକ ଭାବେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହେବା ସହ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ସିରାଜୁଦ୍ଦିନ ଆନସାରୀ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ଆଜି   ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସିରାଜୁଦ୍ଦିନ ଆନସାରୀଙ୍କ ପାଇଁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ବିଦାୟକାଳୀନ ସଭାରେ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ସ୍ୱାଗତ ଭାଷଣ ଦେବା ସହ  ଆନସାରୀଙ୍କୁ ଏକ ଦାୟିତ୍ୱ ସମ୍ପନ୍ନ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଅଭିହିତ କରିବା ସହ ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ ଓ ମେଳାପୀ ମଣିଷ ବୋଲି କହିଥିଲେ।
ଏହାପରେ ଆନସାରୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଅବସର  କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସେ ସୁସ୍ଥ, ନିରାମୟ ଓ ଆନନ୍ଦରେ ବିତାନ୍ତୁ ବୋଲି ଶୁଭେଚ୍ଛା ଜଣାଇ ଥିଲେ।ପ୍ରକାଶ ଥାଉକି ଶ୍ରୀ ଆନସାରୀ ୧୯୮୯ ମସିହାରେ ରାଇରଙ୍ଗପୁର ଆଇ ଟି ଡି ଏ କାର୍ଯ୍ୟାଳୟରେ ଯୋଗ ଦେଇ ତାଙ୍କ ଚାକିରୀ ଜୀବନ ଆରମ୍ଭ କରି ଅଦ୍ୟାବଧି ୩୭ ବର୍ଷରୁ ଉର୍ଦ୍ଧ କାଳ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇ ନିଷ୍ଠାର ସହିତ ସରକାରଙ୍କୁ ସେବା ପ୍ରଦାନ କରିଆସୁଥିଲେ ।
 ସଭାରେ  ଅଧିକାରୀ ଓ କର୍ମଚାରୀମାନେ ଆନସାରୀଙ୍କ ସହିତ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରିବା ସମୟର ନିଜ ନିଜର ଅନୁଭୂତି ବାଣ୍ଟି ଥିଲେ। ସିରାଜୁଦ୍ଦିନ ଆନସାରୀ ମଧ୍ୟ ତାଙ୍କ ଚାକିରୀ ଜୀବନର କିଛି ଅଭୁଲା ସ୍ମୃତି ବଖାଣି ଥିଲେ।ଭାବ ବିନିମୟ ଜରିଆରେ ବିଦାୟ କାଳୀନ ସଭାଟି କିଛି ମୁହୂର୍ତ୍ତ ପାଇଁ ଭାବାବେଗ ପୂର୍ଣ୍ଣ ହୋଇଉଠିଥିଲା ଏହି ସଭାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭଗୀୟ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟୀ ଶ୍ରୀ ଆନସାରୀଙ୍କୁ ସମ୍ମାନଭରା ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ.