ବାରିପଦା : ଆଜି ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଇ, ସିପିଏମ ପକ୍ଷରୁ କଂଗ୍ରେସ ନେତା ଶାନ୍ତନୁ ପାଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିକାରୀଙ୍କ ଧମକରେ ପୀଡିତା ନାବାଳିକା ଚେତାଶୂନ୍ୟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ପର୍କରେ ବିଚାର ବିଭାଗୀୟ ତଦନ୍ତ (judicial inquiry ) ପାଇଁ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଆପଣ ସମ୍ପୂର୍ଣ୍ଣ ଅବଗତ ହେବେ ଯେ, ଗତ କିଛି ଦିନ ତଳେ ମୋରଡା ଥାନା ଅଞ୍ଚଳର ଜନୈକ ଯୁବକ, ଅଭିଯୋଗକାରୀଣି ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ ସହ ଅସଦାଚରଣ କରିବାକୁ ନେଇ ପିଡିତା ଛାତ୍ରୀ ଅତିଷ୍ଠ ହୋଇ ସଂପୃକ୍ତ ଥାନାରେ ଏତଲା ଦେବାକୁ ଯାଇଥିବା, ଥାନା ଏତାଲା ଫେରାଇବା ପରେ ବେତନଟୀ ଏସ ଡ଼ି ପି ଓ କୁ ଘଟଣା ସମ୍ପର୍କରେ ଅବଗତ କରାଇ ପୁନଶ୍ଚ ଥାନାକୁ ଯିବା ପରେ ଥାନାବାବୁ କ୍ଷୁବ୍ଧ ଓ ପ୍ରତିଶୋଧ ପରାୟଣ ହୋଇ ତୁମକୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ କରାଇଦେବାରେ ଧମକ ଯୋଗୁଁ ଛାତ୍ରୀ ସଞାହୀନ ହେବା ଏବଂ ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ, ଅଭିଭାବକ ପୋଲିସର ଏତାଦୃଶ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ, ଆଇନ୍ ର ରକ୍ଷକ ପୋଲିସ ରାଜନୈତିକ ଚାପରୁ ଉର୍ଦ୍ଧ୍ୱରେ ନ ରହିଲେ ମହିଳା, ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ବୋଲି ଉକ୍ତ ଦାବିପତ୍ର ରେ ଉଲେଖ କରାଯାଇଅଛି l
ପ୍ରକାଶଥାଉକି, ଗତ ତା ୧୨.୫.୨୬ ରିଖରେ ବିଭିନ୍ନ ଥାନାରେ ମହିଳାମାନଙ୍କୁ ସଠିକ୍ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ଆରକ୍ଷୀ ଅଧିକ୍ଷକ, ମୟୂରଭଞ୍ଜକୁ ବିରୋଧୀ ଦଳ ପକ୍ଷରୁ ଅବଗତ କରାଇଥିଲେ ସୁଦ୍ଧା, ପୁନଶ୍ଚ ଘଟଣାର ପୁନରାବୃତ୍ତି ହେଉଛି। ଏଣୁ, ଏଭଳି ସମ୍ବେଦନଶୀଳ ଘଟଣାର ସତ୍ୟତାକୁ ଲୋକଲୋଚନକୁ ଆଣିବା ଓ ଥାନାରେ ପୋଲିସର କାର୍ଯ୍ୟଶୈଳୀକୁ ସୁଧାରିବାକୁ, ଜିଲ୍ଲାର ମାଜିଷ୍ଟ୍ରେଟ୍ ଭାବେ ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ କରିବାକୁ ଆମେ ଦୃଢ଼ ଦାବି କରିଛନ୍ତି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ କଂଗ୍ରେସ ଦଳ ତରଫରୁ ଚୈତନ୍ୟ ହାଁସଦା, ବିଜୟ ଦାଶ , ସନ୍ତୋଷ କୁମାର ଓତା ,ପ୍ରଭାତ କୁମାର ଦାଶ ,ନିର୍ମଳ ପ୍ରଧାନ, ଭବାନୀ ଶଙ୍କର ସାହୁ, ନିହାର ରଞ୍ଜନ ମଢୁଆଳ,ଗୋସାଇଁ ଚରଣ ମହାନ୍ତ,ରତିକାନ୍ତ ଚୌଧୁରୀ, ସିପିଆଇ ତରଫରୁ ଜଗବନ୍ଧୁ ମିଶ୍ର, ଶ୍ରୀକାନ୍ତ ସାମଲ, ଦମୟନ୍ତୀ ନାୟକ, ଭୋବୋତୋଷ ପାତ୍ର, ସିପିଏମ ତରଫରୁ ରବି ଗୋସ୍ୱାମୀ, ଗଙ୍ଗାଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ l
