IMG 20260421 WA0536

ରାଷ୍ଟ୍ରୀୟ ପ୍ରଶାସନିକ ସେବା ଦିବସରେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା 

ରାଜ୍ୟ
ବାରିପଦା : ପ୍ରତିବର୍ଷ ଏପ୍ରିଲ ୨୧ ତାରିଖରେ ସାରାଦେଶରେ ରାଷ୍ଟ୍ରୀୟ ପ୍ରଶାସନିକ ସେବା ଦିବସ ଭାବେ ପାଳନ କରାଯାଇଥାଏ I ସରକାରଙ୍କ ସମାଜ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ସହ ଦେଶର ପ୍ରଗତିରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ I ଏହି ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠି ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ I