IMG 20260421 WA0514

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଅଜିତ କୁମାରଙ୍କ ଯୋଗଦାନ

ରାଜ୍ୟ
ରାଇରଙ୍ଗପୁର ::ଆଜି  ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା (୨୦୨୨ବ୍ୟାଚ)ର ଅଧିକାରୀ ଶ୍ରୀ ଅଜିତ କୁମାର. ନାଗାଲ୍ୟାଣ୍ଡ କ୍ୟାଡ଼ରରୁ ଆନ୍ତଃ କ୍ୟାଡର ସ୍ଥାନାନ୍ତର ହୋଇ ଓଡିଶା ସରକାରରେ ଯୋଗଦେବାପରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧୭ ଏପ୍ରିଲ ୨୦୨୬ ରିଖ ଅଧିସୂଚନା ସଂଖ୍ୟା -୧୧୯୧୧ ଅନୁଯାୟୀ  ଶ୍ରୀ ଅଜିତ କୁମାର, ଆଇ.ଏ.ଏସ.ଙ୍କୁ  ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି.
ଗତକାଲି ସେ ଜିଲ୍ଲାପାଳଙ୍କ ଠାରେ କାର୍ଯ୍ୟରେ ଯୋଗ ଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀ ମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ। ସେହିପରି ଆଜି ତା’ଙ୍କ କାର୍ଯ୍ୟ କ୍ଷେତ୍ର ରାଇରଙ୍ଗପୁର ଠାରେ ପହଂଚି ଯୋଗଦାନ କରିବା ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ରାଇରଙ୍ଗପୁର ପି ଏ ଆଇ ଟି ଡି ଏ ଶ୍ରୀ ଯୋଗ ରଞ୍ଜନ ନାୟକ, ତହସିଲଦାର ଭବାନୀ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଅପାର୍ଣ୍ଣା ଅପରାଜିତା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କମଳାକାନ୍ତ ସ୍ୱାଇଁ, ଏସ.ଡି.ଆଇ.ପି.ଆର.ଓ. ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତା’ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ।