ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ଅଧିନାୟିକା ସଂଜିତା ଦାସ, ଉପ ଅଧିନାୟିକା ସୁନିଧି କାଶ୍ୟପ ଜେନା ସମେତ ଶୁଭସ୍ମିତା ବେହେରା, ସୋନିଆ ରାଜ, ଲକ୍ଷ୍ମୀପ୍ରିୟା ମହାନ୍ତ, ପଦ୍ମା ମିର୍ଦ୍ଧା, ଲକ୍ଷ୍ମୀ ଭଗତ, ମାନସୀ ମହାନ୍ତ, ସାଇ ଆରାଧ୍ୟା, ଚନ୍ଦ୍ରକାନ୍ତି ବେହେରା, ରଶ୍ମିରେଖା ନାୟକ, ଶୁଭଶ୍ରୀ ନାଥ, ଦିବ୍ୟାଂଶୀ ମହାନ୍ତି, ସୋମବାରୀ ମହାନ୍ତି, ନନ୍ଦିନୀ ସିଂ, ଆଦ୍ୟାଶା ମହାନ୍ତ, ଲକ୍ଷ୍ମୀପ୍ରିୟା ବିନ୍ଧାଣି ଓ ଟିକି ପାତ୍ର ସାମିଲ ଅଛନ୍ତି I ପୂର୍ବତନ ରାଜ୍ୟସ୍ତରୀୟ ଖେଳାଳି ସୁନୀଲ ଜେନା ଟିମ ମ୍ୟାନେଜର ଓ ସାଇବା ସିଂ କୋଚ ଭାବେ ଦଳ ସହିତ ଗସ୍ତ କରିବେ I ମୟୁରଭଞ୍ଜର ପ୍ରଥମ ମ୍ୟାଚ ୨୩ ତାରିଖ ଦିନ ଜଗତସିଂହପୁର ସହିତ ଅଛି ବୋଲି କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଜଣାଇଛନ୍ତି I ଆଜି ଅପରାହ୍ନରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, କ୍ରିକେଟ ସମ୍ପାଦକ ତଥା କୋଚ ଓ ମ୍ୟାନେଜର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଦଳର ସଫଳତା କାମନା କରିଥିଲେ I
