ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୯ ନଂ ୱାର୍ଡ ସ୍ଥିତ ବନମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଦେବସ୍ୱିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସି ଆର ସି ସି ଧନଞ୍ଜୟ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାନନମୟୀ ମହାନ୍ତି ଓ କମଳ ଲୋଚନ ମହାକୁଡ଼, ପୂର୍ଣଚନ୍ଦ୍ର ପୁର ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ନୁଆସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଦେ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ଏସ ଏମ ସି ଚେୟାରମ୍ୟାନ କନକଲତା ମହାରଣା ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।
ଖେଳକୁଦ, ନୃତ୍ୟ ଗୀତ, ଚିତ୍ରାଙ୍କନ ଆଦିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ଶ୍ରେଣୀରେ ୧ମ ସ୍ଥାନ ଅଧିକାର କରିଥିବା ଆଦ୍ୟାଶା ମହାନ୍ତି (୫ମ), କ୍ରିଷବ ପାତ୍ର (୪ର୍ଥ), ଭୂମିକା ପାତ୍ର (୩ୟ) ଓ ଭୂମିକା ଚୌଧୁରୀ (୨ୟ) ଏବଂ ନିମୟିତ ଉପସ୍ଥାନ ପାଇଁ ଆଦିତ୍ୟ ପାତ୍ର (୫ମ), କ୍ରିଷବ ପାତ୍ର (୪ର୍ଥ), ଶାବାନା ଖାତୁନ (୩ୟ), ପ୍ରତ୍ୟୁଷ ନାଏକ (୨ୟ), ଅନୁଷ ପାତ୍ର (୧ମ) ମଞ୍ଜୀତ ବେହେରା (ଶିଶୁ ବାଟିକା), ପରିଷ୍କାର ପରିଚ୍ଛନ୍ନତା ପାଇଁ ପିୟୁଷ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ଶିକ୍ଷାବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ସାହିଲ ମଙ୍ଗରାଜ ସ୍ୱତନ୍ତ୍ର ଭାବେ ପୁରସ୍କୃତ ହୋଇଥିଲେ । ଶିକ୍ଷୟତ୍ରୀ କବିତା ବେହେରା ତଥା ପରିଚାଳନା କମିଟିର ସଦସ୍ୟା ସସ୍ମିତା ମହାନ୍ତି, ହସିନା ଖାତୁନ ଓ ନିବୃତି ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁଶାନ୍ତ ବେହେରାଙ୍କ ନିର୍ଦ୍ଦେଶନାରେ କୁନିକୁନି ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

