Air India 1706085154 300x169

ବୋମା ଧମକ ମଧ୍ୟରେ ଏୟାର ଇଣ୍ଡିଆ ବିମାନରୁ ମିଳିଲା ଗୋଳାବାରୁଦ

ନୂଆଦିଲ୍ଲୀ : ଗତ କିଛିଦିନ ହେବ କୌଣସି ନା କୌଣସି ବିମାନରେ ବୋମା ଲଗାଯାଇଥିବା ନେଇ ଧମକ ମିଳୁଛି। ହେଲେ ବୋମା ସମ୍ବନ୍ଧୀୟ ଏହି ସମସ୍ତ ଧମକ ପରେ ନକଲି ବୋଲି ଜଣାପଡିଛି। ମିଥ୍ୟା ବୋମା ଧମକ ମାମଲାରେ ପୁଲିସ ମଧ୍ୟ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କଲାଣି। ହେଲେ ଏହାରି ଭିତରେ ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରୁ ଏକ ବିସ୍ଫୋରକ କ୍ୟାର୍ଟ୍ରିଜ୍ ମିଳିଛି। ଯାହା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସୂଚନା […]

Read More Text.
Earthquack 1723173608

ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ

ରାଞ୍ଚି : ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ । ଆଜି ଶକାଳେ ଝାଡ଼ଖଣ୍ଡରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ୨୦ରେ ପ୍ରଥମେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଓ ଜମସେଦପୁରରେ ଏହି ଝଟକା ଅନୁଭୂତ ହୋଇଛି । ଏହାର ଝଟକା ପ୍ରାୟ ୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା […]

Read More Text.
Jharkhand 1730556362

ଝାରଖଣ୍ଡରେ ସିଟ ଶେୟାରି ଫର୍ମୁଲା ଚୂଡ଼ାନ୍ତ କଲା ଇଣ୍ଡିଆ ବ୍ଲକ: ୩ ଆସନରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ

ରାଞ୍ଚି : ବିରୋଧୀ ମେଣ୍ଟ ଇଣ୍ଡିଆ ଶନିବାର ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସିଟ୍‌ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ମୋଟ ୮୧ ବିଧାନସଭା ଆସନ ମଧ୍ୟରୁ ସର୍ବାଧିକ ୪୩ଟି ଆସନରେ ଲଢ଼ିବ। ସହଯୋଗୀ କଂଗ୍ରେସ ୩୦ ଆସନରେ ପ୍ରାର୍ଥୀ ଦେବ। ଏହାବାଦ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ୬ଟି ଓ ବାମ ଦଳକୁ ନିର୍ସା, ସିନ୍ଦ୍ରି ଓ ବାଗୋଦର ଆସନ ମିଳିଛି। ସେହିପରି ଧନୱର, ଛତ୍ରପୁର ଓ […]

Read More Text.
Kiren Rijiju 750x430

ଏଲଏସିରେ ଚୀନ ସୈନ୍ୟଙ୍କ ସହ କଥା ହେଲେ କିରଣ ରିଜିଜୁ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସାଂସଦ ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ ହୋଇଥିବା ଚୀନ ସୈନ୍ୟଙ୍କୁ ଭେଟିଛନ୍ତି। ତାଓ୍ବଙ୍ଗ ଜିଲାରେ ୧୫ ହଜାର ଫୁଟ ଉଚ୍ଚ ବୁମଲାରେ ଭାରତୀୟ ସେନା ଆଉଟପୋଷ୍ଟ ଗସ୍ତ କରିବା ଅବସରରେ ସେ ଚୀନ ସୈନ୍ୟମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଲଦାଖରେ ଦୁଇ ଦେଶ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ପରେ ରିଜିଜୁ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରୀ ଭାବେ […]

Read More Text.
Canada 1730543793

ତେଜିଲା ବିବାଦ: ଅମିତ ଶାହଙ୍କୁ ଟାର୍ଗେଟ କରିବାରୁ କାନାଡା ଅଧିକାରୀଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଥିବା କାନାଡା ବିନା ପ୍ରମାଣରେ ଅଭିଯୋଗ କରୁଥିବାରୁ ନୂଆଦିଲ୍ଲୀ ଏହାକୁ ବିରୋଧ କରି ଚାଲିଛି। ଏସବୁ ଭିତରେ କାନାଡାର ଜଣେ ମନ୍ତ୍ରୀ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଅମିତ ଶାହ ନିର୍ଦ୍ଦେଶ […]

Read More Text.
Vlcsnap 2024 11 02 12h29m38s220 1024x576 1 750x430 (1)

ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ୍

ନୂଆଦିଲ୍ଲୀ : ବିଭିନ୍ନ କାରଣରୁ ନୂଆଦିଲ୍ଲୀର ବାୟୁମଣ୍ଡଳ ପ୍ରାୟତଃ ପ୍ରଦୂଷିତ ହେବାରେ ଲାଗିଛି। ତେବେ ଦୀପାବଳି ପରେ ଦିଲ୍ଲୀ ଆକାଶ ଅଧିକ ପ୍ରଦୂଷିତ ହୋଇଥିବା ଜଣାପଡିଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଦୀପାବଳିରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଡା କଟକଣା ଲାଗୁ କରିଥିବା ସତ୍ତ୍ବେ ଏହାର ସୁଫଳ ମିଳିପାରିନାହିଁ। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀବାସୀ ପ୍ରବଳ ବାଣ ଫୁଟାଇଥିବା ଜଣାପଡିଛି। ଏଥିଯୋଗୁଁ ଦିଲ୍ଲୀ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇପଡିଥିବାବେଳେ ଶବ୍ଦ ପ୍ରଦୂଷଣ ମାତ୍ରା […]

Read More Text.
Faruq

‘ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଷଡ଼ଯନ୍ତ୍ର’, ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନିନ୍ଦା କଲା ବିଜେପି

ଶ୍ରୀନଗର : ଗତ କିଛିଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ଟି ଆତଙ୍କବାଦୀ ଆକ୍ରମଣ ହେଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା। ରାଜ୍ୟରେ ନୂଆ ସରକାରକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି କହିବା ସହ ଏହାର ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ‘ଆତଙ୍କବାଦୀଙ୍କୁ […]

Read More Text.
Train 1726203889

ଟ୍ରାକ ସଫା କରୁଥିବାବେଳେ ମାଡ଼ିଗଲା ଟ୍ରେନ, ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରେଲୱେ ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ। ଦୁର୍ଘଟଣାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ବିଚଳିତ କଲା ଭଳି ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି। କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଖବର ଅନୁସାରେ, ରେଲୱେ ଟ୍ରାକ୍ ସଫେଇ କର୍ମଚାରୀଙ୍କ ଏକ ଚାରି ଜଣିଆ ଦଳ […]

Read More Text.
Image 1730548343 (1)

ଦ୍ୱିତୀୟ ଦିନରେ ଝଡ଼ିଲା ୧୫ ୱିକେଟ, ନ୍ୟୁଜିଲ୍ୟାଣ୍ଡ ୧୪୩ ରନ ଆଗରେ

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମୁମ୍ବାଇ ଟେଷ୍ଟ। ସମ୍ମାନ ରକ୍ଷା ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳୁଥିବା ଟିମ ଇଣ୍ଡିଆ ଅପେକ୍ଷାକୃତ ସହଜ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ପାଇଥିବା ଭାରତ ଦ୍ୱିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ୯ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛି। ୨-୦ରେ ଟେଷ୍ଟ ସିରିଜକୁ କବଜା କରି ସାରିଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଇନିଂସରେ ୧୪୩ ରନର ଲିଡ୍‌ ହାସଲ କରି ନେଇଛି। ହାତରେ ଆଉ ଗୋଟିଏ ୱିକେଟ […]

Read More Text.
Image 1730453475

ଚାଇନା ପାଇଁ ଚେନାବ ବ୍ରିଜର ତଥ୍ୟ ସଂଗ୍ରହ କରୁଛି ପାକିସ୍ତାନ

ଚାଇନାର ବୋଲକରା ସାଜିଥିବା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣି ସାମ୍ନାକୁ ଆସିଛି। ଚାଇନା ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀରରେ ଥିବା ଚେନାବ ବ୍ରିଜଜର ତଥ୍ୟ ସଂଗ୍ରହ କରୁଛି। ଚେନାବ ଠାରେ ଭାରତ ସରକାର ରେଳ ବ୍ରିଜ ନିର୍ମାଣ କରୁଛନ୍ତି। ଏହା ରୈସି ଓ ରାମବନ ଜିଲ୍ଲା ସହ ଲିଙ୍କ ହୋଇଛି। ଚାଇନା ଏହି ବ୍ରିଜ ସମ୍ପର୍କରେ ସବିଶେଷ ତଥ୍ୟ ଚାହୁଁଥିବାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଏହାର ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ଚେନାବ […]

Read More Text.