IMG 20261126 WA0259

ୟାଲ୍ସ ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମ ପ୍ରକ୍ରିୟା ଅନୁଷ୍ଠିତ 

ରାଜ୍ୟ
ବାରିପଦା  :  ଷ୍ଟେସନ ଏଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ 12 ତମ ରୟାଲ୍ସ ପ୍ରିମିୟର ଲିଗ୍ ଆସନ୍ତା ଜାନୁଆରୀ 3 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଷ୍ଟେସନ ଏଥେଲେଟିକ ଖେଳ ପଡିଆ ରେ ଅନୁଷ୍ଠିତ ହେବାର ସ୍ଥିର କରାଯାଇ ଅଛି l ଏହି ପରିପେକ୍ଷୀ ରେ ଗତ କାଲି ତା. 25.11.26(ବୁଧବାର) ଷ୍ଟାଡିୟମ ସମ୍ମିଳନି କକ୍ଷ ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେଇଯାଇଅଛି l  ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଏହି ନିଲାମ ପ୍ରକ୍ରିୟା ରେ ସମୁଦାୟ 8 ଟି ଦଳ ଅଂଶଗ୍ରହଣ କରିଥିଲେ l ୮ ଟି ଦଳ ମଧ୍ୟରୁ ସର୍ବାଧିକ ମୂଲ୍ୟରେ ଚନ୍ଦନ ସିଂ ଙ୍କୁ SAI SPORTING ଦଳ ୧୭,୨୦୦ ଟଙ୍କାରେ ଏବଂ ଦ୍ୱିତୀୟ ସର୍ବାଧିକ ମୂଲ୍ୟରେ ସଞ୍ଜୀବ ମହାପାତ୍ରଙ୍କୁ ୧୩,୪୦୦ ଟଙ୍କାରେ MAHAKAL XI ଦଳ ଓ ତୃତୀୟ ସର୍ବାଧିକ ଦାମୀ ଖେଳାଳି ଭାବେ ପ୍ରିତିଦେବ ଜେନା ୧୩,୨୦୦ ଟଙ୍କାରେ VROAR ଦଳକୁ ଚୟନିତ ହୋଇଥିଲେ l
ଏହି  ଲିଗ୍ ର ବିଜେତା ଦଳକୁ ୧,୩୦,୦୦୦ ଟଙ୍କା ର ନଗଦ ରାଶି ସହିତ ଟ୍ରଫି ଓ ଉପ ବିଜେତା ଦଳକୁ ୧,୦୦,୦୦୦ ଟଙ୍କା ର ନଗଦ ରାଶି ସହିତ ଟ୍ରଫି ପ୍ରଦାନ କରାଯିବ l  ଲିଗ୍ ର ସଭାପତି ସଞ୍ଜୀବ ଦ୍ୱିବେଦୀ  , ଲିଗ୍ ର ସମ୍ପାଦକ ଦେବାଶିଷ ପାତ୍ର ଙ୍କ ତତ୍ୱାଅବଧାନ ରେ ସଂଗଠନ ସମ୍ପାଦକ ରାମେଶ୍ୱର ମାଝୀ, ରାଜେଶ ସାହୁ,ଜିତେନ୍ଦ୍ର ନାୟକ,ବିରଞ୍ଚି ସେଠି,ପ୍ରଶନଜିତ ମହାନ୍ତି, ଅବିନାଶ କଲିଆ ଙ୍କ ସମେତ କିଶୋର ମହାପାତ୍ର, ସବ୍ୟସାଚୀ ମହାପାତ୍ର, ପିଣ୍ଟୁ ପାତ୍ର,କରୁଣା ମହାପାତ୍ର, ଶୁଭମ ଶାନ୍ତରା, ମନ୍ଥନ ଶାନ୍ତରା ପ୍ରମୁଖ ଉପସ୍ଥିତ ଥିଲେ, ପରିଚଳନା ଦାଇତ୍ୱ ନିର୍ବାହ କରିଥିଲେ କେ ପଙ୍କଜ ମହାକୁଡ଼ l

Leave a Reply

Your email address will not be published. Required fields are marked *