ବାରିପଦା : ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ବାଦାମପାହାଡ଼ ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଅଛି। ଗତ ରାତିରେ ହାତୀ ଘଉଡ଼ାଉଥିବା ବେଳେ ଘଟିଛି ଅଘଟଣ। ମୃତକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଟିମ୍ଟିମା ଗ୍ରାମର ରାମଚନ୍ଦ୍ର ସିର୍କା (54) । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ଚାଷୀଙ୍କ ମୃତ୍ୟୁ ଘଟିଅଛି ।
ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀ ଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି | ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ତେବେ ହାତୀ ଉପଦ୍ରବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଲାଗିରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ହୋଇଛି ।ଅଞ୍ଚଳରେ ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗ ନିକଟରେ ଗ୍ରାମବାସୀ ଦାବୀ କରିଛନ୍ତି l
