୨୭

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଯାପିତ 

ରାଜ୍ୟ
  •  ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ଉଭୟରେ  ବାଜି ମାରିଲା ଗଜପତି  
ବାରିପଦା : ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଓ ମୟୁରଭଞ୍ଜ ଶିକ୍ଷା ବିଭାଗର ସହଯୋଗରେ ୭୦ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ୧୪ବର୍ଷରୁ କମ ବାଳକ ଓ ବାଳିକା ବିଭାଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ବାଳିକା ବିଭାଗରେ ଗଜପତି କଟକକୁ ପରାସ୍ତ କରି ଚମ୍ପିୟାନ ହୋଇଥିବା ବେଳେ ବାଳକ ବିଭାଗରେ ଗଜପତି ସୁନ୍ଦରଗଡ଼କୁ ପରାସ୍ତ କରି ଚମ୍ପିୟାନ ହୋଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ ଦୁଃଖବନ୍ଧୁ ନାୟକ ଉଭୟ ଦଳକୁ ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ I
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା ସପନ କୁମାର ଜେନା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର, ମୟୁରଭଞ୍ଜ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ସୋନପୁର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ ଓ ବାଲେଶ୍ୱର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଚନ୍ଦ୍ରକାନ୍ତ ଘଡେଇ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I କେନ୍ଦ୍ରୀୟ କ୍ରିଡା ଅଧିକାରୀ ନିରଞ୍ଜନ ଶତପଥି ମଞ୍ଚ ପରିଚାଳନା କରିଥିଲେ I
ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା ଜ୍ୟୋତି ପ୍ରସାଦ ପରିଡା କ୍ରୀଡାର ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ପ୍ରତିଯୋଗିତାକୁ ସଫଳ କରିଥିବା ସମସ୍ତ ଅଫିସିଆଲଙ୍କ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

Leave a Reply

Your email address will not be published. Required fields are marked *