- ଉତ୍କୃଷ୍ଟ ସାହିତ୍ୟ ହିଁ ଉତ୍କର୍ଷ ସାହିତ୍ୟ
ବାରିପଦା : କବି ସଚ୍ଚିରାଉତରାୟଙ୍କ ଭାଷାରେ ସାହିତ୍ୟ ନୁହଁଇ କେବେ ପୂର୍ତ୍ତି ଆଉ ବିଳାସର ଫୁଲ, ଜାତିକୁ ଦେବ ସେ ମୁକ୍ତି ତେବେ ଯାଇ ଅମୂଲ୍ ତା ମୂଲ-ଏବେ କେଉଁ ସାହିତ୍ୟକ ମାନୁଛି ? ଜେନ୍ବେଟଜିମେନ୍ଙ୍କ ଭାଷାରେ କବିତା, ମଉଜ୍ ମଜଲିସର ମାଧ୍ୟମ ନୁହେଁ ବରଂ ସମାଜ ପାଇଁ ଇନ୍ଧନ କିଏ ଲେଖୁଛି ? ମାରିଓ ଭର୍ଗାସ୍ ଲୋସିକ୍ ଭାଷାରେ ଲେଖକଙ୍କ ଲେଖା ପାଇଁ ଯଦି ତାକୁ ପ୍ରାଣ ଦେବାକୁ ପଡେ ତେବେ ତାହା ହେବ ତାପାଇଁ ସର୍ବଶ୍ରେଷ୍ଠ ସମ୍ବର୍ଦ୍ଧନା। ସମ୍ମାନର ଅଭିବ୍ୟକ୍ତି କିଏ ବୁଝୁଛି ? ସମାଜ ସଂସ୍କାର ପାଇଁ ସାହିତ୍ୟ ଉତ୍କୃଷ୍ଟ ହେଉ ଉତ୍କର୍ଷ ହେଉ ସ୍ମରଣ କରାଇଦେଇ ସଦ୍ଭାବନା। ସମିତି ଗୋପବନ୍ଧୁ ଭବନ ଠାରେ ୫୬୯ତମ ମାସିକ ସନ୍ଥଦିବସ ପାଳନ କରିଛି ।
କୋଷାଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦଙ୍କ ପୌରୋହିତ୍ୟ ସଭାରେ ଏହି ମାସରେ ଭୂମିଷ୍ଟ ସନ୍ଥ ନାନକ, ସତ୍ୟସାଇ ବାବାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ସହ ଓଁକାର ପ୍ରତୀକ ଠାରେ ପବିତ୍ର ଗୀତା-ବାଇବେଲ-କୋରାନ ପୂଜନ କରାଯାଇଥିଲା। ଏ ମାସରେ ଏବେକାର ଉଦ୍ଭଟ ସାହିତ୍ୟ ସମାଜ ପାଇଁ ମଉଜ୍ ମକଲିସର ଉତ୍କଟ’ ଉପହାର ପ୍ରସଙ୍ଗ ରଖାଯାଇଥିଲା। ସମିତିର ପ୍ରତିଷ୍ଠାତା ମାନବ ଧର୍ମର ମାନ୍ତ୍ରିକ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଏବେକାର ସାହିତ୍ୟ ସମାଜର ବଂଚିତବର୍ଗଙ୍କ ପାଇଁ କରୁଣାଦ୍ରର ସଂଗ୍ରାମ ନୁହେଁ ଯୋଗୁଁ ତାହା ସାହିତ୍ୟ ନୁହେଁ ମନ୍ତବ୍ୟ ରଖିଥିଲେ । ସଭାରେ ମୁଖ୍ଯ ଅତିଥି ଭାବେ ଡ ସୁଶୀଲ କୁମାର ବସା, ସମ୍ମାନିତ ଅତିଥି ଭାବେ ଡ ପୁଷ୍ପା ପାତ୍ର, ମୁଖ୍ଯବକ୍ତା ଭାବେ ପଦ୍ମନାଭ ସାହୁ, ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ଅଭିଜିତ୍ ମହାନ୍ତି, ପଣ୍ଡିତ ଭାଗବତ ପଣ୍ଡା, ରାଜେନ୍ଦ୍ର କୁମାର ସାମଲ, ରଘୁନାଥ ପଣ୍ଡା, ନୃସିଂହ ବାରିକ ଯୋଗଦେଇ ଏବେ ବିଜ୍ଞାପନ ସାଉଁଟି ସ୍ମରଣିକା ପ୍ରକାଶ କିମ୍ବା ମୋଟା ମୋଟା ବହି ଛାପି ସମ୍ଭ୍ରାନ୍ତମାନଙ୍କ ସାହିତ୍ୟ ସେମାନଙ୍କ ବ୍ୟକ୍ତିଗତ ଭିତରେ ସାହିତ୍ୟ ଚାଷ କିନ୍ତୁ ତାହା ସମାଜ ପାଇଁ ପରିବର୍ତ୍ତନର ଭାଷ୍ୟକାର ନୁହେଁ ବକ୍ତବ୍ୟ ରଖିଥିଲେ ।
ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ଵାଗତ ଏବଂ ଭଉଣୀ ମାମୁନୀ ଧନ୍ୟବାଦ ଦେଉଥିଲେ । ସଭାରେ ସମିତିର ପ୍ରତିଷ୍ଠାଙ୍କ ନିଆରା ନବ ପ୍ରକାଶିତ ମାନବ ଧର୍ମ (ଜାଣିବା-ଜିଣିବା) ଗ୍ରନ୍ଥର ମାନବ ଧର୍ମ ବିଭାଗ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇ ବଞ୍ଚିବାର ବ୍ୟାକରଣ ଶିକ୍ଷା ଦିଆଯାଇଥିଲା।
