00

ତ୍ରିଧାରା ନାଟ୍ୟ ଉତ୍ସବ-୨୦୨୬ର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ନାଟକ “ତିତିଲି”

ରାଜ୍ୟ
ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ତ୍ରିଧାରା ନାଟ୍ୟ ଉତ୍ସବ ୨୦୨୬ ର ଦ୍ୱିତୀୟ  ସନ୍ଧ୍ୟାରେ ବାସ୍ତବ ପ୍ରଯୋଜିତ ତଥା ରଣଜିତ ପଟ୍ଟନାୟକଙ୍କ ରଚିତ ଓ ଅନ୍ନଦା ଶଙ୍କର ଦାଶଙ୍କ ନିର୍ଦ୍ଦେଶିତ ନାଟକ “ତିତିଲି” ମଞ୍ଚସ୍ଥ ହୋଇଯାଇଛି I ବିଭିନ୍ନ ଭୂମିକାରେ ଇନ୍ଦୁଭୂଷଣ କାନୁନଗୋ, ରାଜେନ୍ଦ୍ର ସାହୁ, ମନୋରଞ୍ଜନ ପରିଡା, ସୌମ୍ୟଶିଷ ଶତପଥି, ସିଦ୍ଧାର୍ଥ ଶତପଥି, ସୁଧାଂଶୁ ଚକ୍ର, ଅନ୍ନଦା ଶଙ୍କର ଦାଶ, ଶୈଳୀନ୍ଦ୍ରି ରାଏ, ଲିପ୍ସା ପଣ୍ଡା ଅଭିନୟ କରିଥିବା ବେଳେ ସଂଗୀତରେ ଅସିତ ଦାସ ଓ କାଲୁ, ମଞ୍ଚ ପରିଚାଳନାରେ ସତ୍ୟାନନ୍ଦ ଶେଜପଡା, ମଞ୍ଚସଜ୍ଜା ଓ ରୂପସଜ୍ଜାରେ ନରସିଂହ ବାରିକ, ଆଲୋକରେ ଅଙ୍କିତ ଦାସ ଏବଂ ଶବ୍ଦରେ ମହେଶ ସାହୁ (ତପୁ ବାବା) ସହଯୋଗ କରିଥିଲେ I
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼. ମହେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଚୌଧୁରୀ, ସମାଜସେବୀ ନନ୍ଦିକେଶ ଶେଜପଡା, ଶେକ ରାଜା ଖାନ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ରଜନୀ ବାରିକ, ଅଭିନେତା କ୍ଷୀରୋଦ ବିହାରୀ ସିଟ, ସତ୍ୟନାରାୟଣ ଦାସ, ସମାଜସେବୀ ବିଜୟ କୁମାର ଦାସ ଭାବେ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ I ଅଭିନେତା ଜ୍ଞାନରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ I ବୟସ ହେଲେ ଜଣେ କିପରି ନିଜର ସ୍ୱାର୍ଥ ପାଇଁ ନିଜ ପରିବାରକୁ ବଳି ଦେଇପାରେ ବିଷୟବସ୍ତୁ ଉପରେ ଏହି ନାଟକରେ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଆସନ୍ତା କାଲି ନୁପୁର ପ୍ରଯୋଜିତ ତଥା ଡ଼. କୁମରମଣି ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଆପଣା ଦନ୍ତେ ଜିହ୍ୱା ଛେଦି” ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *