36

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ, ସାମାଜିକ କାର୍ଯ୍ୟ ବିଭାଗ ଓ ରାସଗୋବିନ୍ଦପୁର ସ୍ଥିତ ମହାତ୍ମା ଗାନ୍ଧି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବରରେ ୨୧୦ ଜଣ ବ୍ୟକ୍ତି ବିଶେଷଙ୍କର ଆଖି ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୨ ଜଣଙ୍କୁ ମାଗଣାରେ ଚ଼ଷମା ବଣ୍ଟନ କରାଯାଇଥିଲା ।
ମହାତ୍ମା ଗାନ୍ଧି ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଚିକିତ୍ସକ ଡ଼ା. ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରତ୍ୟକ୍ଷ ଭାବରେ ଚକ୍ଷୁ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧି ଚକ୍ଷୁ ଚିକିତ୍ସାଳୟରେ ପ୍ରୋଗ୍ରାମ ଡାଇରେକ୍ଟର ଇଂ ପ୍ରତୀକ ପଟ୍ଟନାୟକ, ଇଂ ମିଲନ ଚୌଧୁରୀ, ନିଳାଦ୍ରି ମହାନ୍ତ, ରଞ୍ଜନ କୁମାର ନାଏକ, ଅଞ୍ଜନ ପାଲ, ରଞ୍ଜିତା  ମହାନ୍ତି, ଆଦ୍ୟାଶା ମହାନ୍ତି, ମିସ୍ ଅଲ୍ଲି ରାଜେସା, ଓଁକାର ମହାନ୍ତ, ସୋନାଲି ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା ଓ ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଶୁଭେନ୍ଦୁ କୁମାର ଶତପଥୀ ପରିଚାଳନା କରିଥିଲେ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *