ବାରିପଦା : ପିଲାଙ୍କ ପାଇଁ ବଡ଼ ପର୍ବ ଭାବେ ପରିଚିତ ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ଆସନ୍ତାକାଲି ଗୁରୁବାର ଠାରୁ ଆରମ୍ଭ ହେଊଛି l ବାରିପଦା ଶହୀଦ ସ୍ମୃତି ଭବନ ନିକଟ ଶିଶୁ ଉଦ୍ୟାନ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଏବଂ କଲ୍ୟାଣ ମଣ୍ଡପରେ ଆୟୋଜିତ ହେବାକୁ ଥିବା ଚାରି ଦିନିଆ ଏହି ମହୋତ୍ସବରେ ପିଲାମାନେ ନିଜ ସଂସ୍କାର, ସଂସ୍କୃତି ଆଉ ପ୍ରତିଭାକୁ ମଞ୍ଚରେ ଦେଖାଇବେ। କେବଳ ପିଲାମାନଙ୍କ ପାଇଁ 60 ରୁ ଅଧିକ ପ୍ରତିଯୋଗିତା ରହିଥିବା ବେଳେ ମାଆ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରହିଛି l ଏହା ଛଡା ଅନେକ ସଚେତନତା କର୍ମଶାଳା ସହିତ ବାଲୁକା କଳା ପ୍ରଶିକ୍ଷଣ ଓ ପ୍ରଦର୍ଶନୀ, କାର୍ଟୁନ ଆର୍ଟ ଗ୍ୟାଲେରୀ ପ୍ରଦର୍ଶନୀ, ସ୍ମକ ଆର୍ଟ କଳା କୌଶଳ ପ୍ରଶିକ୍ଷଣ, ବ୍ୟଙ୍ଗ ଚିତ୍ର ଅଙ୍କନ ପ୍ରଶିକ୍ଷଣ ଶିବିର, ଜଉ କଣ୍ଢେଇ ପ୍ରଶିକ୍ଷଣ ଶିବିର, ଲାଇଭ ପେଣ୍ଟିଙ୍ଗ, ମୁଁ ହେବି କୁନି ରିପୋର୍ଟର, ମୁଁ ମୟୂରଭଞ୍ଜିଆ ଆଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଥିବା ବେଳେ 14 ତାରିଖରେ ହେବାକୁ ଥିବା ଭବ୍ୟ ପଥଉତ୍ସବ କାର୍ଯ୍ୟକ୍ରମରେ ମନୋରଞ୍ଜନ କରିବାକୁ ଆସୁଛନ୍ତି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ର କଂସ ମହାରାଜ, ଓଲିଉଡ଼ ହିରୋ ସ୍ୱରାଜ, ହିରୋଇନ ଲକି ମନୀଷା, ବିଶିଷ୍ଟ ଅଭିନେତା ମାଗାନ୍ନା ଓଳିଗି, ପୁଣି ପ୍ରସିଦ୍ଧ ଜଉ କଣ୍ଢେଇ ଶିଳ୍ପୀ କେଶୁ ଦାସ, ବିଖ୍ୟାତ ଚିତ୍ର ଶିଳ୍ପୀ ସୁନାରାମ ସିଂ, ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ପୁଣି ପ୍ରତିଭା ଓ କଳାର ଯାଦୁଗର ଶିଳ୍ପୀ ସମରେନ୍ଦ୍ର ବେହେରାଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ l ପ୍ରତିଦିନ ମଞ୍ଚରେ ଉଦବୋଧନ ଦେବାକୁ ବିଭିନ୍ନ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ହେଉଥିବା ବେଳେ ସାରା ଦିନ ମୁଖ୍ୟ ମଞ୍ଚରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ସନ୍ଧ୍ୟାରେ ଶିଶୁ ନାଟକ ମଞ୍ଚସ୍ଥ ହେବ l ଏଥି ସହିତ ପୁସ୍ତକ ଉନ୍ମୋଚନ, ପ୍ରତିଦିନ ପିଲାମାନଙ୍କ ଜନ୍ମ ଦିନ ପାଳନ ପ୍ରବଚନ ଆଦି କାର୍ଯ୍ୟକ୍ରମ ରହିଛି l
ମୁଖ୍ୟ ଆୟୋଜକ ତଥା ପ୍ରତିଷ୍ଠାତା ଙ୍କ କହିବା ଅନୁସାରେ, “ମୟୂରୀ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ପିଲାଙ୍କୁ ମୋବାଇଲ୍ ଛାଡ଼ି ବହି ଧରିବାକୁ, ମା’ ମାଟିକୁ ଭଲ ପାଇବାକୁ ଶିଖାଇବା ସହ ଅନ୍ତର୍ନିହିତ ପ୍ରତିଭାକୁ ପ୍ରତ୍ସାହିତ କରିବ l
