ବାରିପଦା -ତା :-୧୧/୧୧/ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ଜିଲ୍ଲାସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ମାନଙ୍କ ବୈଠକ ସ୍ଥାନୀୟ ତକତପୁର ସ୍ଥିତ ବିଦ୍ୟାଭରତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ସାଧାରଣ ସମ୍ପାଦକ ଡା. କରୁଣାକର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବିଦ୍ୟାଳୟରେ ଶୈକ୍ଷୀକ ବ୍ୟବସ୍ଥା, ଆଚାର୍ଯ୍ୟ ପ୍ରଶିକ୍ଷଣ, ସ୍କାଉଟ ଆଣ୍ଡ ଗାଇଡ଼, ସେବାକାର୍ଯ୍ୟ, ବୃକ୍ଷ ରୋପଣ, ରକ୍ତଦାନ ଶିବିର ତଥା ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ l
ଜିଲ୍ଲାର ୧୮ଟି ବିଦ୍ୟାଳୟରୁ 41ଜଣ ଉପସ୍ଥିତ ରହିଥିଲେ I ଉତ୍ତର କ୍ଷେତ୍ର ପରିଚାଳନା ସମିତିର ସମ୍ପାଦକ ସଞ୍ଜୀବ କୁମାର ମଣ୍ଡଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ମହାନ୍ତ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟl ରିତା ଶତପଥି ମୁଖ୍ୟ ଅତିଥିଙ୍କୁ ଶ୍ରୀଫଳ ଓ ଉତ୍ତରୀୟ ପ୍ରଦାନ କରିଥିଲେ l ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଗିରି ବିବରଣୀ ପଠନ କରିଥିଲେ l ସର୍ବଶେଷରେ ବିଦ୍ୟାଳୟର ନିର୍ଦେଶକ କୃଷ୍ଣ ଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ l
