Dead Body Death 1024x682 3 300x200 2

ହାତୀ ଆକ୍ରମଣରେ ଜଣେ ମୃତ

ରାଜ୍ୟ

ବାରିପଦା ; ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଅଛି l ମୃତକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ବାନ୍ଦିରପୋଷି ଗ୍ରାମର ଲାଲମୋହନ ନାଏକ (55) l ଆଜି ସୋମବାର ସକାଳୁ ଲାଲମୋହନ ନିକଟସ୍ଥ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିଲେ l ଏହି ସମୟରେ ଜଙ୍ଗଲ ଭିତରେ ଥିବା ଏକ ହାତୀ ଲାଲମୋହନ ଙ୍କୁ ଆକ୍ରମଣ କରିଥିଲା l ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଅଛି l ଖବର ପାଇ ପୋଲିସ ଏବଂ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହିତ ତଦନ୍ତ କରୁଛନ୍ତି l