3

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୬’ ମହାସମାରୋହରେ ପାଳିତ 

ରାଜ୍ୟ
ବାରିପଦା: ସମଗ୍ର ଶିକ୍ଷା, ମୟୂରଭଞ୍ଜ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ‘ସମୃଦ୍ଧ ଭାଷା : ସମୃଦ୍ଧ ଓଡ଼ିଶା’ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଗୋଟି ବ୍ଲକରୁ ୯୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ  ସାଂସଦ, ମୟୂରଭଞ୍ଜ  ନବ ଚରଣ ମାଝୀ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମୟୂରଭଞ୍ଜ  ଭାରତୀ ହାଁସଦାଃ, ଅତିରିକ୍ତ ଜିଲ୍ଲାପାଳ  ଦୁଃଖବନ୍ଧୁ ନାଏକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଶଶୀଧର ସିଂହ ପ୍ରମୁଖ ଯୋଗଦାନ କରିଥିଲେ ।
  ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଯୋଗଦାନ କରିଥିଲେ । ସମସ୍ତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଜିଲ୍ଲାସ୍ତରୀୟ ସୁରଭିର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିବା ସହିତ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିପ୍ରକାଶ କରିବାର ଏହା ଏକ ଉତ୍ତମ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ ।  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଗୌତମ ପାତ୍ର ଧାନ୍ୟବାଦ ଅର୍ପଣ କରିଥିଲେ ।
 ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକରୁ ୯୬୨ ଜଣ ପ୍ରତିଯୋଗୀ ୩୧ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ ଓ ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶ ଗ୍ରହଣ କରିବେ ।
ଚତୁର୍ଥ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବର୍ଗ ଯଥା–ଏକାଦଶ ରୁ ଦ୍ଵାଦଶ ଉଚ୍ଚ ମାଧ୍ୟମିକ ବର୍ଗର ବିତର୍କରେ ଦିବ୍ୟଜ୍ୟୋତି ପ୍ରଭା ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋରୁଡବସା, ବେତନଟୀ, ପ୍ରବନ୍ଧରେ ଅଭୀପ୍ସା ବାରିକ, ମେଘାସନ ମହାବିଦ୍ୟାଳୟ, ନୁଦଡିହା, କପ୍ତିପଦା, ଚିତ୍ରାଙ୍କନରେ ଆଶିଷ କୁମାର ବେହେରା, ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ମାଲୁ ମୁଣ୍ଡା, ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର, କୁଇଜରେ ବର୍ଷାରାଣୀ ଧୁଙ୍ଗିଆ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଡସାହି, ସୃଜନଶୀଳ ଲିଖନରେ ଯଶୋଦାରାଣୀ ମହାନ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତିଙ୍ଗିରିଆ, ରରୁଆଁ, ବକ୍ତୃତାରେ, ଦିବ୍ୟାଶି ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗରୁଡବସା, ବେତନଟୀ, ସଙ୍ଗୀତରେ ପ୍ରୀତମ କର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାଡଗାଁ, ବହଳଦା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଅଷ୍ଟମରୁ ଦଶମ ବରିଷ୍ଠ ବର୍ଗର ବିତର୍କରେ ସ୍ନେହାସିନୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, ଧାନଘେରା, ଖୁଣ୍ଟା, ପ୍ରବନ୍ଧରେ ଶୁଭଲକ୍ଷ୍ମୀ ମହାଳିକ, ପି.ଏସ୍. ଉଚ୍ଚ ବିଦ୍ୟାଳୟ, ଶାଳଗାଁ, ବଡ଼ସାହି, ଚିତ୍ରାଙ୍କନରେ ମାଳତୀ ମୁର୍ମୁ, ପି.ସି.ପୁର ଆବାସିକ ବିଦ୍ୟାଳୟ, ଉଦଳା, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସିଂ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦିଗିନୂଆସାହି, ଗୋପବନ୍ଧୁନଗର, କୁଇଜରେ ମନସ୍ମିତା ପଲେଇ, ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁ, ରରୁଆଁ, ସୃଜନଶୀଳ ଲିଖନରେ ଲକ୍ଷ୍ମୀରେଖା ପରିଡା, ମୁନିଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ, ବକ୍ତୃତାରେ ଅଙ୍କିତା ଦ୍ଵିବେଦୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁଆମରା, ଗୋପବନ୍ଧୁନଗର, ସଙ୍ଗୀତରେ ଦୀପାଞ୍ଜଳି ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କପ୍ତିପଦା, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଲକ୍ଷ୍ମୀପ୍ରିୟା ଦାସ, ଏସ୍.ଆର୍.ସି ବାଳିକା ଉଚ୍ଚ ବିଦ୍ୟାଳୟ, ହରେକୃଷ୍ଣପୁର, ମୋରଡା, ପ୍ରଧାନମନ୍ତ୍ରୀ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଚିତ୍ରକଳାରେ ମାନସୀ ବାରିକ, ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର, ପ୍ରଧାନମନ୍ତ୍ରୀ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଶିଳ୍ପକଳାରେ ଗୀତା ମାରାଣ୍ଡି, ସରକାରୀ ଉଚ୍ଚ ବିଦ୍ୟାଳୟ, ନଡପୁର, ବେତନଟୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନରେ ଲଳିତ କୁମାର ପାତ୍ର, ସରକାରୀ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ, ବାସିପିଠା, ଖୁଣ୍ଟା, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଦେବାଶିଷ ପାତ୍ର, ସ୍ଵତନ୍ତ୍ର ବିଦ୍ୟାଳୟ, ଲକ୍ଷ୍ମୀପୋଷି, ବାରିପଦା, କୁଇଜରେ ପାୟଲ ସାହୁ, ଆଇ.ସି. ସରକାରୀ ଉଚ୍ଚ ବିଦ୍ୟାଳୟ, ଖେରଣା, ସାରସକଣା, ସୃଜନଶୀଳ ଲିଖନରେ ସୁସ୍ମିତା ବିହାରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା, ବକ୍ତୃତାରେ କମଳ ଖୁସପ୍ରୀତ କାତାର୍, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚାନ୍ଦୁଆ, କୁଳିଅଣା, ସଙ୍ଗୀତରେ ସ୍ନେହଲତା ରାଉଳ, ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କରଞ୍ଜିଆ, ସଙ୍ଗୀତ (ଦିବ୍ୟାଙ୍ଗ) ରେ ବିଜୟଲକ୍ଷ୍ମୀ  ବେହେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରିଶ୍ଚନ୍ଦ୍ରପୁର, ଶାମାଖୁଣ୍ଟା, ଓଡିଆ ହସ୍ତାକ୍ଷର ଓ ଶ୍ରୁତ ଲିଖନରେ  ଗୌତମ ପାତ୍ର, ସରକାରୀ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ, ବାସିପିଠା, ଖୁଣ୍ଟା, ପ୍ରଧାନମନ୍ତ୍ରୀ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଚିତ୍ରକଳାରେ ମିଲି ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶୀର୍ସା, ସାରସକଣା, ପ୍ରଧାନମନ୍ତ୍ରୀ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଶିଳ୍ପକଳାରେ ଅର୍ପିତା ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁଆମରା, ଗୋପବନ୍ଧୁନଗର ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସୁରଭିର ସବୁଠାରୁ ଆକର୍ଷଣୀୟ ସାଂସ୍କୃତିକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା, ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ଆଦିବାସୀ ଶିକ୍ଷା ସଂଯୋଜକ  ସପନ କୁମାର ପୃଷ୍ଟି, ସମନ୍ଵିତ ଶିକ୍ଷା ସଂଯୋଜକ,  ନିରଞ୍ଜନ ନାୟକ, ବାଳିକା ଶିକ୍ଷା ସଂଯୋଜକ,  ପ୍ରଫୁଲ୍ଲ କୁମାର ବାରିକ, ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ସତ୍ୟ ନାରାୟଣ ନାୟକ, ପୁଲକ ଚନ୍ଦ୍ର ମହାନ୍ତ, ଗରେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଶିକ୍ଷୟିତ୍ରୀ କାନନ ବାଳା କର, ମିନର୍ଭା ଦାସ, ପଦ୍ମିନୀ ପାଢୀ, ମୌସୁମୀ ଦୀକ୍ଷିତ, ଅଶ୍ଵିନୀ କୁମାର ସିଂହ, ରାଜେଶ କୁମାର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।