2

 ୩୨ ତମ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଳିତ 

ରାଜ୍ୟ
 ବାରିପଦା : ବାରିପଦାସ୍ଥିତ ସାଇ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ରଘୁନାଥପୁରଠାରେ “ସ୍ଥାୟୀ ବିକାଶ ନିମନ୍ତେ ବିଜ୍ଞାନ ଓ ନବସୃଜନ” ପ୍ରସଙ୍ଗ ଆଧାରିତ  ୩୨ତମ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ  ଗୌତମ ପାତ୍ର , ଜିଲ୍ଲା ବିଜ୍ଞାନ ପରିଦର୍ଶକ  ଜ୍ଞାନରଞ୍ଜନ ଆଚାର୍ଯ୍ୟ , ବିଶିଷ୍ଟ ଶିକ୍ଷାବିତ ଡ. ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ବ୍ରତୀ ହେବାକୁ ଉପଦେଶ ଦେଇଥିଲେ । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ  ଅଜିତ କୁମାର ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ ଶୈକ୍ଷିକ ସଂଯୋଜକ  ବସନ୍ତ ଦତ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ, ଧନପୁର ସହକାରୀ ଶିକ୍ଷୟିତ୍ରୀ ଅତସି କୁଣ୍ଡୁ , ଗୋପୀନାଥଜୀଉ ଉଚ୍ଚ ବିଦ୍ୟାଳୟ ,କୋଳିଅଳମର ସହକାରୀ ଶିକ୍ଷକ ବିଷ୍ଣୁପଦ ଆଚାର୍ଯ୍ୟ , କେ.ସି. ଉଚ୍ଚ ବିଦ୍ୟାଳୟ , ଭାଲୁକିର ସହକାରୀ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ପାଲ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ,ମାଧପୁର ସହକାରୀ ଶିକ୍ଷକ ସୁବ୍ରତ କୁମାର ଆଚାର୍ଯ୍ୟ ସହଯୋଗ କରିଥିଲେ ।
ବିଚାରକ ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ  ସୁଦର୍ଶନ ପଣ୍ଡା , ପୂର୍ବତନ ବିଜ୍ଞାନ ପରିଦର୍ଶକ ନଳିନୀ କୁମାର ଚୌଧୁରୀ , ବାରିପଦା ଡିଗ୍ରୀ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ  ପ୍ରଶାନ୍ତ କୁମାର ମହାନ୍ତି ଏବଂ ସୀମାନ୍ତ ଡିଗ୍ରୀ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ  ଅନୀଲ କୁମାର ଝା ଯୋଗ ଦେଇଥିଲେ । ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଲ୍ୟବାନ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ପ୍ରତିଯୋଗିତାରେ ସର୍ବମୋଟ ୧୦୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ  ରଘୁନାଥ ହାଇସ୍କୁଲ , ରାଇକମାର କ୍ରୀଷ୍ଣା ସାହାଣୀ , ସରକାରୀ ହାଇସ୍କୁଲ , ବଡସାହିର ନମସ୍ମିତା ସାହୁ , କେ.ସି .ମ ସରକାରୀ ହାଇସ୍କୁଲ ,ବାଲିଡ଼ିହାର ସୁଚିସ୍ମିତା ମହାନ୍ତ , ଆର . କେ . ସି  ହାଇସ୍କୁଲ , ଭୁଆସୁଣୀର ଗୌର ଟୁଡୁ , ଜେ . ଏଲ. ସରକାରୀ ହାଇସ୍କୁଲ , କୁଳିଅଣାର ଅଙ୍କିତ କୁମାର ଖାମାରି, ପି. ଏମ . ଶ୍ରୀ .  ସରକାରୀ ହାଇସ୍କୁଲ , ଗୋଡି ଗାଁର ହେମନ୍ତ କୁମାର ମହାନ୍ତ ଏବଂ  ପି. ଏମ . ଶ୍ରୀ .  ଏମକେସି ସରକାରୀ ହାଇସ୍କୁଲ ସ୍ନେହାଶ୍ରୀ ସାହୁ ପ୍ରମୁଖ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ।  ସାଇ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ପାଦିକା  ମିନାରାଣୀ ସାହୁ , ଉପାଧ୍ୟକ୍ଷ  ଶକ୍ତି କୁମାର ସାମଲ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।