Bbsr accident e1793542830836 288x300

କାରକୁ ଧକ୍କା ଦେଲା ବସ୍: ୨ ମୃତ, ଜଣେ ଗୁରୁତର

ରାଜ୍ୟ

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ହିଟ୍ ଆଣ୍ଡ ରନ୍ । ବସ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର । ନୟାପଲ୍ଲୀ ନିକଟରେ ଭୟଙ୍କର ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା କରି କାର୍ କୁ ଶକ୍ତ ଧକ୍କା ଦେଲା ବସ୍ । ଏତିକିରେ ଅଟକିନଥିଲା ବସ୍ ତାଣ୍ଡବ । ରାସ୍ତାକଡ଼ରେ ଯାଉଥିବା ଲୋକଙ୍କ ଉପରେ ମଧ୍ୟ ଚଢ଼ିଗଲା। ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ । ଆଉ ଜଣେ ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଗଲା । ଦୁର୍ଘଟଣା ପରେ ବସ୍ ଫେରାର, ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ, ନୟାପଲ୍ଲୀ ନିକଟରେ ଏକ ବସ୍ ଦ୍ରୁତ ଗତିରେ ଯାଉଥିବା ସମୟରେ ପ୍ରଥମେ ଏକ କାରକୁ ଜୋରଦାର ଧକ୍କା ଦେଇଥିଲା । ବସ‌ର ଗତି ଏତେ ଅଧିକ ଥିଲା ଯେ ଧକ୍କା ପରେ ମଧ୍ୟ ଚାଳକ ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ବସଟି ରାସ୍ତାକଡ଼ରେ ଯାଉଥିବା ପଥଚାରୀଙ୍କ ଉପରେ ମଧ୍ୟ ଚଢ଼ିଯାଇଥିଲା ।

ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିରହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଦୁର୍ଘଟଣା ଘଟାଇବା ପରେ ବସଟି ଘଟଣାସ୍ଥଳରେ ନଅଟକି ସେଠାରୁ ଫେରାର ହୋଇଯାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଫେରାର ବସ୍‌କୁ ଚିହ୍ନଟ କରିବା ସହ ଏହାର ଚାଳକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ ଆଗକୁ ବଢ଼ିବାର ସମ୍ଭାବନା ରହିଛି ।