MUNDARI EXAM RESULT

ଭାରତ ମୂଣ୍ଡାସମାଜ ତରଫରୁ ମୁଣ୍ଡାରୀବାନୀ ପରୀକ୍ଷା ଫଳ ପ୍ରକାଶିତ

ରାଜ୍ୟ

ବାରିପଦା: ଭାରତ ମୁଣ୍ଡା ସମାଜ ଦ୍ୱାରା ପରିଚାଳିତ -ସେଣ୍ଟ୍ରାଲ ବୋର୍ଡ ଅଫ୍ ମୁଣ୍ଡାରୀ ସେକେଣ୍ଡାରୀ ଏଜୁକେସନ ଆନୁକୂଲ୍ୟରେ ଅନୁଷ୍ଠିତ ୨୦୨୫ ମସିହାର ମୁଣ୍ଡାରୀ ବାନୀ ର ପରୀକ୍ଷାଫଳ ଆଜି ପ୍ରକାଶିତ କରାଯାଇଛି ।ଏହି ପରୀକ୍ଷାରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୩୦ ଜଣ ପରୀକ୍ଷାର୍ତ୍ତୀ ଉତ୍ତିର୍ଣ୍ଣ ହୋଇଅଛନ୍ତି ।ଏହି ପରୀକ୍ଷାରେ ଓଡିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରାଜ୍ୟର ପରିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ । ଭାରତ ମୁଣ୍ଡା ସମାଜର ପଦାଧିକାରୀମାନଙ୍କ ନେତୃତ୍ୟରେ ବିଭିନ୍ନ ଅଞ୍ଚଳରେ ମୁଣ୍ଡାରୀବାନୀ ଶିକ୍ଷକ ମାନଙ୍କ ଦ୍ୱାରା ଗତ ଜୁନ ମାସ ୭ ତାରିଖରେ ଏହି ପରୀକ୍ଷା ଶାନ୍ତି ଶୃଙ୍ଖଳା ସହିତ ପରିଚାଳିତ ହୋଇଥିଲା ।

ଏହି ପରୀକ୍ଷା ଫଳ କେନ୍ଦ୍ରୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷା ପରିଷଦର ଚେଆରମ୍ୟାନ ଶ୍ରୀ ରବିନ୍ଦ୍ରନାଥ ସିଂହ , ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଗୋବର୍ଦ୍ଧନ ସିଂହ, ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସାଧାରଣ ସମ୍ପାଦକ ଶ୍ରୀ ନାଥ ସିଂହ, ସଂଘର କୋଷାଧ୍ୟକ୍ଷ ଶ୍ରୀ ବାଇଧର ସିଂହ , ଉପସଭାପତି ଶ୍ରୀ ସୁନାରାମ ସିଂହ , ଶିକ୍ଷା ସମ୍ପାଦକ ଶ୍ରୀ ବିଜୟ କୁମାର ସିଂହ, ସମ୍ପାଦକ ବସନ୍ତ କୁମାର ସିଂହ, ସମ୍ପାଦକ ଶ୍ରୀ ରଘୁନାଥ ସିଂହ, ମୁଣ୍ଡାରୀବାନୀ ଶିକ୍ଷକ ଶ୍ରୀ ସୁକଦେବ ସିଂହ, ଶ୍ରୀ ଲଳିତ କୁମାର ସିଂହ, ଓ ଭାରତ ମୁଣ୍ଡା ସମାଜର ରାଜ୍ୟ ଯୁବ ସଭାପତି ଶ୍ରୀ ସବରନ ସିଂହଙ୍କ ଉପସ୍ଥିତିରେ ପ୍ରକାଶିତ ହୋଇଯାଇଛି ।