IMG 20260920 WA0305

 ଵାମନଘାଟୀ ଠିକାଦାର ସଂଘର ଶାରଦୀୟ ମିଳନ 

ରାଜ୍ୟ
ବାରିପଦା: ପାର୍ଵଣ ଶାରଦୀୟ ଋତୁର ଆରମ୍ଭ । ବିଲ, ନାଳ ପାର୍ଶ୍ବରେ କାଶତଣ୍ଡୀ ମଧ୍ୟ ପବନରେ ଦୋହଲି ସବୁରି ମନ ମୋହୁଛି  ।ଏହି  ଶାରଦୀୟ ଅବସରରେ  ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ଠିକାଦାର ସଂଘ ତରଫରୁ “ବାମନଘାଟୀ ଠିକାଦାର ସଂଘ  ଶାରଦୀୟ ବଂଧୁ ମିଲନ”  ଆଜି ରବିବାର ଦିନ ଆନନ୍ଦ ଓ ଉଲ୍ଲାସର ସହ ସ୍ଥାନୀୟ ଖେରଣା ପଥପ୍ରାନ୍ତ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।୪୫୦ ରୁ ଉର୍ଦ୍ଧ୍ଵ ଠିକାଦାର ବଂଧୁମାନେ ସୁଦୂରରୁ ନିଜର ବଂଧୁ ମାନଙ୍କ ସହ କିଛି ସମୟ ଖୁସିବାସିରେ  କଟାଇବା,ହସଖୁସି ଗପିବା ,ନିଜର ସୁଖଦୁଃଖ ରେ ଭାଗିଦାର‌ହେବା ପାଇଁ ଛୁଟି ଆସିଥିଲେ ।
ଆଜିର  ବୈଠକରେ ବରିଷ୍ଠ ଠିକାଦାର  ରୁଦ୍ର ନାରାୟଣ ବାରିକଙ୍କ ସଭାପତିତ୍ବରେ ଠିକାଦାରମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ‌ ହେଉଥିବା ବିଭିନ୍ନ ସମସ୍ୟାରେ ବୈଠକରେ ଆଲୋଚନା ହୋଇଥିଲା ।ତାଙ୍କ ସହିତ ସଂପାଦକ ଚନ୍ଦ୍ରଶେଖର ମହାକୁଡ଼, ନିମାଇଁ ମୁର୍ମୁ,ପ୍ରଦୀପ ରାଉତ , ଧନେଶ୍ଵର ମହାନ୍ତି,କିନି ବିଶୋଇ,ରାଜା ବରାଳ,ସରୋଜ ପରିଡ଼ା,ଦୀପକ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସଭାପତି କହିଥିଲେ ଠିକାଦାରମାନେ ଭାରତ,ଓଡ଼ିଶା ତଥା ଆଞ୍ଚଳିକ ନିର୍ମାଣରେ ସେମାନଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ଭାରତ ଆଜି ବିକଶିତ ଭାରତ ହେଉଛି କେବଳ ଠିକାଦାରମାନଙ୍କ ନିଷ୍ଠା,ତ୍ୟାଗ,କର୍ମଠ ,ତ୍ୟାଗ,ଇଛାଶକ୍ତି,ସମର୍ପଣ ମନଭାବ ଯୋଗୁଁ ।ସରକାରଙ୍କ ଠିକାଦାରମାରଣ ନୀତି ଯୋଗୁଁ ବହୁ ଠିକାଦାର ଅସନ୍ତୋଷ ପ୍ରକାଶ କରୁଛନ୍ତି ।  ସେମାନଙ୍କ ରୋଟି,ରୋଜି ଉପରେ ମାଡ଼ ହେଉଛି ।ସେମାନଙ୍କର ଦାବି ଠିକାଦାରମାନେ ସରକାରଙ୍କ ଗାଇଡ ଲାଇନ,ନୀତି ନିୟମ ଅନୁସାରେ ଟେଣ୍ଡର ରେ ଅଂଶ ଗ୍ରହଣ କରୁଛନ୍ତି । ଠିକାଦାରମାନେ ଋଣ ଯନ୍ତାରେ ବୁଡି ରହିଛନ୍ତି ।ସେମାନଙ୍କୁ ବିଭାଗୀୟ କାମ ଦିଆ ଯାଉନାହିଁ ।
କାମ କଲେଵି ବର୍ଷ ବର୍ଷ ବିଲ୍ ପଡ଼ି ରହୁଛି ।ଯାହାଫଳରେ ଆର୍ଥିକ ଶୋଷଣରେ ଠିକାଦାର ବୁଡି ରହୁଛନ୍ତି ।ଏବେ  ସରକାର ଠିକାଦାରମାନଙ୍କ ଟେଣ୍ଡର ଫାଇଲ  ସିଡଲ ରେଟ୍ ଆଖ୍ୟା ଦେଇ  ଟେଣ୍ଡର ଫିକ୍ସିଂ ଭାବି ଅମାନ୍ୟ କରିବା  ସହ ବାତିଲ କରିବେ ବୋଲି ଏକ ଚିଠି କରିଛନ୍ତି ।ଯାହାକି ଠିକାଦାର ମାରଣନୀତି,ଟେଣ୍ଡର ବିରୋଧୀ ନୀତି ହୋଇଛି ।ତେଣୁ ସରକାର ଠିକାଦାରମାନଙ୍କ ସମସ୍ୟା ପ୍ରତି ସହାନୁଶୀଳ ପ୍ରଦର୍ଶନ କରନ୍ତୁ  ବୋଲି ଦାବି କରିଛନ୍ତି ।ପରେ ସର୍ବସମ୍ମତିକ୍ରମେ  ସଵୁ ବ୍ଳକରୁ  ୪୦ ଜଣ ଅଭିଜ୍ଞ ଠିକାଦାର ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ।ସେମାନେ ଉପଖଣ୍ଡ ପ୍ରଶାସନ,ପୂର୍ତ୍ତ ବିଭାଗ  ଅଧୀକ୍ଷକ ଯନ୍ତ୍ରୀ, ଇଞ୍ଜିନିୟର ,ଜଳସେଚନ ବିଭାଗ ଅଧୀକ୍ଷକ ଯନ୍ତ୍ରୀ, ,ଗ୍ରାମ୍ଯ ଉନ୍ନୟନ ଓ ଗୃହ ଵିଭାଗ ଅଧୀକ୍ଷକ ଯନ୍ତ୍ରୀ, ଗ୍ରାମ୍ଯ ପାନୀୟ ଓ  ପରିମଳ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।୩ କୋଟି ମଧ୍ୟରେ ଠିକା କାମକୁ ବାମନଘାଟୀ ଠିକାଦାରମାନେ କେବଳ ଟେଣ୍ଡର ପକାଇବେ ।ଅନ୍ୟ ଅଞ୍ଚଳର ଠିକାଦାର ମାନଙ୍କୁ ପକାଇବାକୁ ପ୍ରଶୟ‌ଦିଆଯିବ ନାହିଁ  ।
ତଦସହ ବାମନଘାଟୀ ଉପଖଣ୍ଡର‌ ସମସ୍ତ ଠିକାଦାର ଏକଜୁଟ୍ ହୋଇ ନିଜର ହକ୍ ପାଇଁ ଲଢେଇରେ ସାମିଲ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ  ବିବେକାନନ୍ଦ ଦଳେଇ,ନାଣ୍ଡୁ ସାହୁ, ଦୀପକ ସେଠୀ,  ସୋମ ମୁଖାର୍ଜୀ,ଜୟପ୍ରକାଶ ସାହୁ, ଆଲୋକ ଗିରି, ରାଜେଶ ବାରିକ,ଜୀତେନ୍ଦ୍ର ନାଥ ବାରିକ,ରଣଜିତ ମହାକୁଡ଼, ଗୋଲକ ଵିହାରୀ ସାହୁ, ସଞ୍ଜୟ ଗିରି, ସବ୍ୟସାଚୀ ଗିରି ପ୍ରମୁଖ  ସହଯୋଗ କରିଥିଲେ ।